ETV Bharat / city

ମହାମାରୀ ସଂଶୋଧନ ଆଇନ: ରାଜ୍ୟ ସରକାରଙ୍କ ବିଧେୟକକୁ ଉତ୍କୃଷ୍ଟ ଆଖ୍ୟା ଦେଲେ ଭର୍ତ୍ତୃହରି - ଭର୍ତ୍ତୁହରି ମହତାବ

ସଂସଦରେ ମହାମାରୀ ସଂଶୋଧନ ବିଧେୟକୁ ନେଇ ଆଲୋଚନା । ଓଡିଶା ସରକାରଙ୍କ ଦ୍ବାରା ପ୍ରସ୍ତାବିତ ବିଧେୟକ କେନ୍ଦ୍ରସରକାରଙ୍କ ବିଧେୟକ ଠାରୁ ଉନ୍ନତ ବୋଲି କହିଛନ୍ତି ସାଂସଦ ଭର୍ତ୍ତୁହରି ମହତାବ । ଅଧିକ ପଢନ୍ତୁ...

ମହାମାରୀ ସଂଶୋଧନ ଆଇନ: ରାଜ୍ୟସରକାରଙ୍କ ବିଧେୟକକୁ ଉତ୍କୃଷ୍ଠ ଆକ୍ଷା ଦେଲେ ଭର୍ତ୍ତୁହରି

author img

By

Published : Sep 21, 2020, 10:57 PM IST

ନୂଆଦିଲ୍ଲୀ: ସଂସଦରେ ମହାମାରୀ ସଂଶୋଧନ ବିଧେୟକୁ ନେଇ ଆଲୋଚନା ସମୟରେ ଏହା ଉପରେ ବିସ୍ତୃତ ବିବୃତ୍ତି ପ୍ରଦାନ କରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଓଡିଶା ସରକାରଙ୍କ ଦ୍ବାରା ପ୍ରସ୍ତାବିତ ବିଧେୟକ କେନ୍ଦ୍ରସରକାରଙ୍କ ବିଧେୟକ ଠାରୁ ଉନ୍ନତ ବୋଲି କହିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ।

ସେ କହିଛନ୍ତି, ମହାମାରୀ ସମୟରେ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଛାତ୍ରଛାତ୍ରୀ, ଅଧିକାରୀ ଓ ସମସ୍ତ ଜନସାଧାରଣ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ମହାମାରୀ ସମ୍ବନ୍ଧରେ 21 ଅପ୍ରେଲରେ ଅଧ୍ୟାଦେଶ ଆଣିଥିଲେ କେନ୍ଦ୍ର ସରକାର । ହେଲେ ଅପ୍ରେଲ ପ୍ରଥମ ସପ୍ତାହରେ ଏବାଦରେ ରାଜ୍ୟ ସରକାର ଆଣିଥିବା ଅଧ୍ୟାଦେଶ କେନ୍ଦ୍ର ଅଧ୍ୟାଦେଶ ଠୁ ଉନ୍ନତ ।

ସାଂସଦ କହିଛନ୍ତି, ମହାମାରୀ ଆଇନ 1897ର । ହେଲେ କୋଭିଡକୁ ନେଇ ନୂଆ ଅଧ୍ୟାଦେଶ 2020ରେ ଆସିଲା । ତେବେ 1897 ଆଇନରେ ସଂଶୋଧନର କଣ ଆବଶ୍ୟକତା ବୋଲି ପ୍ରଶ୍ନ କରିଛନ୍ତି ଭର୍ତ୍ତୁହରି ।

ଓଡିଶା ସରକାରଙ୍କ ମହାମାରୀ ଆଇନ ଅନୁଯାୟୀ ସ୍ବାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କ ସୁରକ୍ଷା ନୁହେଁ ବରଂ ଏହା ବାବଦର ଉପକରଣ କ୍ରୟ ଉପରେ ମଧ୍ୟ ଏହା ଅଧିନରେ ଆସେ । ଓଡିଶା ବିଧାନସଭା ଅଧିବେଶନରେ ଏହି ଅଧ୍ୟାଦେଶ ଆଇନରେ ପରିଣତ ହେବ ବୋଲି ସୂଚନା ଦେଇଛନ୍ତି ମହତାବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.