ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ରାଜଧାନୀର ବିଭିନ୍ନ ସ୍ଥାନରେ କଂଗ୍ରେସ ଏହି ବନ୍ଦ ଡାକରାକୁ ସମର୍ଥନ କରିବା ସହ ବିକ୍ଷୋଭ କରିଛି । ପିସିସି ସଭାପତିଙ୍କ ସହ କଂଗ୍ରେସର ବରିଷ୍ଠ ନେତାମାନେ ଏହି ବିକ୍ଷୋଭରେ ଯୋଗଦେବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ।
ମୋଦି ସରକାରଙ୍କ ବିଭିନ୍ନ ବିଫଳତାକୁ ନେଇ ଆଜି ଭୁବନେଶ୍ବରର ମାଣ୍ଟରକ୍ୟାଣ୍ଟିନ, ବରମୁଣ୍ଡା, ରାଜମହଲ ଛକ, ଜୟଦେବ ବିହାର, ଏୟାରପୋର୍ଟ ଆଦି ବିଭିନ୍ନ ସ୍ଥାନରେ ବିକ୍ଷୋଭ ହୋଇଛି । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି, ଚାଷୀ ମାରଣ ନୀତି, ବିଭିନ୍ନ ଶିକ୍ଷାନୁଷ୍ଠାନରେ ହିଂସା, ଦରଦାମ ବୃଦ୍ଧି ଆଦିକୁ ପ୍ରତିବାଦ କରିଛି କଂଗ୍ରେସ । ପ୍ରତିବାଦରେ ମଧ୍ୟ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏହି ଧର୍ମଘଟରେ କଂଗ୍ରେସ ସହ ସିପିଆଇ, ସିପିଏମର ଶତାଧିକ କର୍ମୀ ଓ ନେତା ମାନେ ଯୋଗ ଦେଇଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ତାପସ ପରିଡା ଓ ତପନ ଦାସଙ୍କ ରିପୋର୍ଟ, ଇଟିଭି ଭାରତ