ଭୁବନେଶ୍ବର: ବୁଧବାର ଭାରତ ବନ୍ଦ । ଏହି ବନ୍ଦ ପାଇଁ ବୁଧବାର ଅଧିକାଂଶ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗଞ୍ଜାମ, ଢେଙ୍କାନାଳ, ଖୋର୍ଦ୍ଧା ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି।

ଯେହେତୁ ଗାଡି ଚଳାଚଳ ବନ୍ଦ ରହିବ ଓ ସ୍କୁଲ ସମ୍ମୁଖରେ ଆନ୍ଦୋଳନକାରୀ ପିକେଟିଂ କରିବାର ସମ୍ଭାବନା ରହିଛି ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଏପରିକି ଜିଲ୍ଲାର କୌଣସି ସ୍କୁଲରେ ମଧ୍ୟାହ୍ନ ଭୋଜନ ନଦେବାକୁ ଅକ୍ଷୟ ପାତ୍ର ଫାଉଣ୍ଡେସନ ମଧ୍ୟ ସ୍ପଷ୍ଟ କରିଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ