ଭୁବନେଶ୍ବର: ନକଲି ଶିକ୍ଷକଙ୍କୁ ସରକାରୀ ଛାଟ । କରାଯିବ ଡିଜିଟାଲ ସାର୍ଟିଫିକେଟ। ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ ରହିଛନ୍ତି । 100 ରୁ ଅଧିକ ଧରା ହୋଇ ଜେଲ ବି ଯାଇଛନ୍ତି। ସେହି ପ୍ରକ୍ରିୟାକୁ ଆହୁରି ତରାନ୍ବିତ କରାଯିବ। ସାର୍ଟିଫିକେଟ ଡିଜିଟାଲ କରାହେଉଛି। ତେଣୁ ପରବର୍ତ୍ତୀ ଅବସ୍ଥାରେ ଆଉ ନକଲି ହୋଇ ପାରିବ ନାହିଁ ।
ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି 2019 ରୁ ମୁଁ ମନ୍ତ୍ରୀ ହେବାଠାରୁ ନକଲି ଶିକ୍ଷକଙ୍କ ବିରୋଧରେ ଜୋରଦାର କାର୍ଯ୍ଯାନୁଷ୍ଠାନ ଚାଲିଛି। 100 ରୁ ଅଧିକଧରା ହୋଇଛନ୍ତି । ଜେଲ ବି ଯାଇଛନ୍ତି। ସେହି ପ୍ରକ୍ରିୟାକୁ ଆହୁରି ତରାନ୍ବିତ କରାଯିବ। ସାର୍ଟିଫିକେଟ ଡିଜିଟାଲ କରାଯାଉଛି । ତେଣୁ ପରବର୍ତ୍ତୀ ଅବସ୍ଥାରେ ଆଉ ନକଲି ହୋଇ ପାରିବ ନାହିଁ। ବିଭିନ୍ନ ଜିଲ୍ଲାରେ ନକଲି ଶିକ୍ଷକ ବାହାରୁଛନ୍ତି। ସମାଜରେ ଏପରି ଲୋକ ଥାନ୍ତି ଯେଉଁମାନେ ଠକିବାର ମନବୃତ୍ତି ରଖନ୍ତି। ଆମ ବିଭାଗ ସେମାନଙ୍କୁ ଚିହ୍ନଟ କରି ସେମାନେ ନେଇଥିବା ଟଙ୍କା ଫେରସ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଚାଲିଛି। ଯେଉଁ ଶିକ୍ଷକ ମାନେ ଧରାପଡିଛନ୍ତି ସେମାନଙ୍କର ତୁରନ୍ତ ମାମଲା ଫଇସଲା କରିବା ସହ ସେମାନଙ୍କ ବିରୋଧରେ ଏତଲା ଦିଆଯିବ ।
ସେହିପରି ମନ୍ତ୍ରୀ କହିଛନ୍ତି ସିବିଏସସି ବିଦ୍ୟାଳୟ ଗୁଡିକି ଏନଓସି ପ୍ରଦାନକୁ ସରଳ କରାଯିବ। ସେମାନଙ୍କ ଆବେଦନ ପତ୍ର ଅନଲାଇନରେ ଆବେଦନ କରାଯିବ। ସ୍କୁଲ ଦ୍ୱାରା କୌଣସି ତ୍ରୁଟିପୂର୍ଣ୍ଣ ଥିଲେ 3 ବର୍ଷ ପର୍ଯ୍ୟନ୍ତ କୌଣସି ଏନଓସି ଦିଆଯିବ ନାହିଁ। ଶିକ୍ଷକଙ୍କ ପ୍ରଶିକ୍ଷଣ ଉପରେ ଗୁରୁତ୍ବ ଦିଆଯିବ। ଓସେପା ଦ୍ୱାରା ଦକ୍ଷତା ବୃଦ୍ଧି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। 30 ଟି ଜିଲ୍ଲାର 30 ଟିସ୍କୁଲ ଚିହ୍ନଟ କରାଯାଇ ଇଂରାଜୀ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି।
ଅନ୍ୟପଟେ ଯୁକ୍ତ ଦୁଇ ଫଳାଫଳ ସମୟ ସାପେକ୍ଷ ହେବ। ଆଶା କରିବା ଜୁଲାଇ ଶେଷରେ ଫଳାଫଳ ବାହାରିଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ଇଟିଭି ଭାରତ, ଭୁବନେଶ୍ବର