ETV Bharat / city

ରାଜ୍ୟରେ ଲାଗୁହେବ ‘ବେଟି ବଚାଓ ବେଟି ପଢାଓ’ ଯୋଜନା

ରାଜ୍ୟ ସରକାର ସମସ୍ତ ୩୦ଟି ଜିଲ୍ଲାରେ ଲାଗୁ କରିବେ ବେଟି ପଢ଼ାଓ ବେଟି ବଚାଓ ଯୋଜନା । ଏନେଇ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର।

author img

By

Published : Dec 28, 2019, 11:11 PM IST

bhubaneswar
ରାଜ୍ୟରେ ଲାଗୁହେବ ‘ବେଟି ବଚାଓ, ବେଟି ପଢ଼ାଓ’

ଭୁବନେଶ୍ବର: ସାରା ରାଜ୍ୟରେ ଲାଗୁହେବ ବେଟି ବଚାଓ ବେଟି ପଢ଼ାଓ ଯୋଜନା । ୨୦୧୫ ମସିହାରୁ ନୟାଗଡ଼ ଜିଲ୍ଲାରେ ପାଇଲଟ ପ୍ରୋଜେକ୍ଟ ଭାବରେ ଏହାକୁ ଲାଗୁ ହୋଇଥିଲା । ଏଥିରେ ସଫଳତା ମିଳିବା ପରେ ରାଜ୍ୟ ସରକାର ସବୁ ଜିଲ୍ଲାରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।

ରାଜ୍ୟରେ ଲାଗୁହେବ ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା

ବେଟି ପଢ଼ାଓ ବେଟି ବଚାଓ ଯୋଜନାକୁ ଓଡିଶାର ସବୁ ଜିଲ୍ଲାରେ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାରେ ସମସ୍ତ ଅର୍ଥ କେନ୍ଦ୍ର ସରକାର ଯୋଗାଇଦେଵେ । ଜିଲ୍ଲାପାଳମାନଙ୍କୁ ସିଧାସଳଖ କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ଅର୍ଥ ଆସିବ । କନ୍ୟା ସନ୍ତାନକୁ ଗୁରୁତ୍ବ ପ୍ରଦାନ, ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଏହି ଯୋଜନାର ଉଦ୍ଦେଶ୍ୟ ରହିଛି ।

ନୟାଗଡ଼ ଜିଲ୍ଲାରେ ଏକଦା କନ୍ୟାଭ୍ରୁଣ ହତ୍ୟାକୁ ନେଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଯୋଜନା ପ୍ରଥମେ ନୟାଗଡ଼ ଜିଲ୍ଲାରେ ଲାଗୁ ହେବା ପରେ ସେଠାକାର ପରିସ୍ଥିତି ବଦଳି ଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଏହି ଯୋଜନା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ମହିଳା ଏବଂ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓ କହିଛନ୍ତି ।

ସେପଟେ ବିଜେପି ନେତା ସୁରଥ ବିଶ୍ବାଳ ଏହି ଯୋଜନା ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ମାନସ ଯୋଜନା, ଏହାକୁ ଲାଗୁ ହେବା ନିଶ୍ଚିତ ଏକ ଶୁଭ ସୂଚନା, ଏହା ଦ୍ବାରା ମହିଳାଙ୍କ ସଂଖ୍ୟା ବୃଦ୍ଧି ହେବା ସହ, ଆଗାମୀ ଦିନରେ ମହିଳା ମାନଙ୍କୁ ସଶକ୍ତ କରିବା ଓ ସ୍ବାବଲମ୍ବୀ କରିବାରେ ସହାୟକ ହେବ ବୋଲି କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସାରା ରାଜ୍ୟରେ ଲାଗୁହେବ ବେଟି ବଚାଓ ବେଟି ପଢ଼ାଓ।ମହିଳାଙ୍କ ଉପରେ ଗୁରୁତ୍ୱ ଦେଲେ ରାଜ୍ୟ ସରକାର।

Body:ସାରା ରାଜ୍ୟରେ ଲାଗୁହେବ ବେଟି ବଚାଓ ବେଟି ପଢ଼ାଓ ଯୋଜନା।ରାଜ୍ୟ ସରକାର ସମସ୍ତ ୩୦ ଟି ଜିଲ୍ଲାରେ ଲାଗୁ କରିବେ ବେଟି ପଢ଼ାଓ ବେଟି ବଚାଓ ଯୋଜନା।୨୦୧୫ ମସିହାରୁ ନୟାଗଡ଼ ଜିଲ୍ଲାରେ ପାଇଲଟ ପ୍ରୋଜେକ୍ଟ ଭାବରେ ଲାଗୁ କରିଥିଲେ।ଏଥିରେ ସଫଳତା ମିଳିବା ପରେ ରାଜ୍ୟ ସରକାର ସବୁ ଜିଲ୍ଲାରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଏନେଇ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର।

ବେଟି ପଢ଼ାଓ ବେଟି ବଚାଓ ଯୋଜନା ସବୁ ଜିଲ୍ଲାରେ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ଏହି ଯୋଜନାରେ ସମସ୍ତ ଅର୍ଥ କେନ୍ଦ୍ର ସରକାର ଯୋଗାଇଦେଵ।ଜିଲ୍ଲାପାଳ ମାନଙ୍କୁ ସିଧାସଳଖ କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ଅର୍ଥ ଆସିବ।ମହିଳାଙ୍କ ସଂଖ୍ୟା ହ୍ରାସ ଘଟୁଥିବାରୁ ସଚେତନତା ସୃଷ୍ଟି କରିବା, ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଏହି ଯୋଜନା କାର୍ଯ୍ୟନ୍ଵୟନ ହେବାକୁ ଯାଉଛି।

ଏବେ ସବୁ ଜିଲ୍ଲାପାଳ ମାନଙ୍କୁ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି, ବେଟି ପଢ଼ାଓ ବେଟି ବଚାଓ ଯୋଜନା ସାରା ରାଜ୍ୟରେ ଲାଗୁକରାଯିବ।ତେଣୁ ଜିଲ୍ଲାପାଳ ମାନେ ସେ ନେଇ ଆବଶ୍ୟକୀୟ ପଦକ୍ଷେପ ନେବା ଉଚିତ।

ସାମ୍ପ୍ରତିକ ପରିସ୍ଥିତିରେ ମହିଳାଙ୍କ ସୁରକ୍ଷା ଏବଂ ସମ୍ମାନ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।ବେଟି ପଢ଼ାଓ ବେଟି ବଚାଓ ଯୋଜନା ଖାଲି ଲାଗୁ କଲେ ହେବ ନାହିଁ ତାର ବାସ୍ତବ କାର୍ଯ୍ୟନ୍ଵୟନ ହେବା ଦରକାର।ଯୋଜନାର ସଫଳ ରୂପାୟନ ନେଇ ସମସ୍ତଙ୍କ ସହଭାଗୀତା ଆବଶ୍ୟକ। ନୟାଗଡ଼ ଜିଲ୍ଲାରେ ଏକଦା ଭ୍ରୁଣ ହତ୍ୟା ଏକ ଭୟଙ୍କର ପରିସ୍ଥିତ ସୃଷ୍ଟି ହୋଇଥିଲା ଏହି ଯୋଜନା ପ୍ରଥମେ ନୟାଗଡ଼ ଜିଲ୍ଲାରେ ଲାଗୁ ହେବା ପରେ ପରିସ୍ଥିତ ବଦଳି ଯାଇଛି।ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଏ ଯୋଜନା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମହିଳା ଏବଂ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓ କହିଛନ୍ତି।

ସେପଟେ ବିଜେପି ନେତା ସୁରଥ ବିଶ୍ୱାଳ ଏ ଯୋଜନା ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ମାନସ ଯୋଜନା ,ଏହାକୁ ଲାଗୁ ହେବା ନିଶ୍ଚିତ ଏକ ଶୁଭ ସୂଚନା ,ଏହା ଦ୍ୱାରା ମହିଳାଙ୍କ ସଂଖ୍ୟା ବୃଦ୍ଧି ହେବା ସହ ,ଆଗାମୀ ଦିନରେ ମହିଳା ମାନଙ୍କୁ ସଶକ୍ତ କରିବା ଓ ସ୍ୱାବଲମ୍ବୀ କରିବାରେ ସହାୟକ ହେବ ବୋଲି କହିଛନ୍ତି।

ବାସ୍ତବରେ କେନ୍ଦ୍ର ସରକାର ଏ ଯୋଜନା ନେଇ ସମସ୍ତ ଖର୍ଚ୍ଚ ବହନ କରିବେ।ରାଜ୍ୟ ସରକାର ଜିଲ୍ଲାପାଳ ମାନଙ୍କୁ ଗାଇଡ଼ କରିବେ।ଯୋଜନାର କାର୍ଯ୍ୟନ୍ଵୟନ ସଂଯୋଜନା ଉପରେ ନିର୍ଭର କରେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.