ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋର୍ଟଙ୍କ ଆଦେଶ ପ୍ରକାରେ ଶେଷରେ ଦୀର୍ଘ ୪୬ ଦିନ ପରେ ଶ୍ୱଶୁର ଘରେ ପ୍ରବେଶ କଲେ ତପସ୍ୱନୀ ଦାସ । ପୋଲିସ ଓ ପ୍ରଶାସନର ଉପସ୍ଥିତିରେ ହୋଇଛି ସମସ୍ତ ପ୍ରକ୍ରିୟା । ଗତ ଦୁଇ ଦିନ ତଳେ ଜିଲ୍ଲା ଦୌରା ଜଜଙ୍କ ରାୟ ଆସିବା ପରେ ସେ କେଉଁଠାରେ ରହିବେ ସେନେଇ ନାନା ସମସ୍ୟା ଉପୁଜିଥିଲା । ଶେଷରେ ଶ୍ୱଶୁର ଘର ପକ୍ଷରୁ ତାଙ୍କର ଉପର ଘରେ ରହିବା ପାଇଁ ସଫା କରାଯିବା ପରେ ଗୁରୁବାର ଗୃହ ପ୍ରବେଶ କରିଛନ୍ତି ଗୃହଲକ୍ଷ୍ମୀ ।
ଏହା ମଧ୍ୟ ପଢନ୍ତୁ:- Berhampur Couple Saga: ଆସିଲା ନୂଆ ଟ୍ବିଷ୍ଟ, ସୁମିତଙ୍କ ଓକିଲ କହିଲେ କୋର୍ଟଙ୍କ ରାୟକୁ ଭୁଲ ଦର୍ଶାଯାଉଛି
ତପସ୍ୱିନୀ ଆନ୍ଦୋଳନସ୍ଥଳରୁ ନିଜର ସମସ୍ତ ଜିନିଷପତ୍ର ନେଇ ଶ୍ୱଶୁର ଘର ମଧ୍ୟକୁ ପ୍ରବେଶ କରିଛନ୍ତି । ଏହି ସମୟରେ ତପସ୍ବିନୀଙ୍କୁ ନଡିଆ ଭାଙ୍ଗି ଗୃହ ମଧ୍ୟରେ ପ୍ରବେଶ କରାଇଥିଲେ ସମାଜସେବୀ ପ୍ରମିଳା ତ୍ରିପାଠୀ । ଶେଷରେ ସତ୍ୟର ଜୟ ହୋଇଥିବା କହିଛନ୍ତି ତପସ୍ୱିନୀଙ୍କ ଆଇନଜୀବୀ । ସେପଟେ ସୁମିତଙ୍କ ଓକିଲଙ୍କ ଅଭିଯୋଗ କୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଙ୍ଘନ ହୋଇଥିବା କହିଛନ୍ତି । ଏଥିସହ ତପସ୍ବିନୀଙ୍କ ଗୃହ ପ୍ରବେଶକୁ ବେଆଇନ ଏବଂ ବଳ ପୂର୍ବକ ବୋଲି ଦର୍ଶାଇଛନ୍ତି । ଏହା ବିରୋଧରେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁମିତଙ୍କ ଓକିଲ କହଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ