ETV Bharat / city

ମାଓ ଦମନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ - state secretariat

ଆସନ୍ତା 26ତାରିଖରେ ନୂଆଦିଲ୍ଲୀରେ ମାଓ ମୁକାବିଲା ବୈଠକ । ଏଥିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ରାଜ୍ୟ ସଚିବାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଫାଇଲ ଫଟୋ
author img

By

Published : Aug 22, 2019, 3:00 PM IST

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଯାଉଛି ମାଓ ମୁକାବିଲା ବୈଠକ । ଏହି ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଦିଲ୍ଲୀ ଯିବେ ନବୀନ । ତେବେ ବୈଠକରେ ଯୋଗଦେବା ପୂର୍ବରୁ ରାଜ୍ୟ ସଚିବାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

ତେବେ ନୂଆଦିଲ୍ଲୀରେ ହେବାକୁ ଥିବା ବୈଠକରେ ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ଡିଜିପି ଯୋଗଦେବେ । ସୁରକ୍ଷା ସମ୍ପର୍କରେ ୧୦ଟି ଏଜେଣ୍ଡା ଉପରେ ଆଲୋଚନା ହେବ । ଏହି ବୈଠକରେ ବିଏସଏଫ ,ସିଆରପିଏଫ ଓ ଆଇଟିବିପିର ବରିଷ୍ଠ ଅଧିକାରୀ ମାନେ ଯୋଗଦେବାର ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମାଓ ଉପଦ୍ରୃତ ଜିଲ୍ଲାଗୁଡିକରେ ଅପରେସନ ତୀବ୍ର କରିବା, ଖାଲି ପଡିଥିବା ପଦ ପଦବୀରେ ତୁରନ୍ତ ନିଯୁକ୍ତି, ମାଓ ସଂଗଠନକୁ ଆସୁଥିବା ଅର୍ଥ ଉପରେ ଲଗାମ ଲଗାଇବା, ରୁଜୁ ହୋଇଥିବା ମାମଲାର ତଦନ୍ତ, ମାଓ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମାଓ ଦମନ ପାଇଁ ରାଜ୍ୟ ଗୁଡିକ ମଧ୍ୟରେ ସମନ୍ଵୟ ଭଳି ଦଶଟି ବିଷୟରେ ବୈଠକରେ ଆଲୋଚନା ହୋଇପାରେ। ଆଜିର ଏହି ବୈଠକରେ ମାଓ ଉପଦ୍ରବ ଅଞ୍ଚଳର ବିକାଶ ଓ ମାଓ ମୁକାବିଲା ନେଇ ବିସ୍ତୃତ ଆଲୋଚନା ହୋଇଛି । ତେବେ ମାଓ ଉପଦ୍ରବ ୧୫ଟି ଜିଲ୍ଲାରୁ ହ୍ରାସ ପାଇ ୫ଟି ଜିଲ୍ଲାରେ ସୀମିତ ରହିଛି । ଆହୁରି ସଫଳତା ଆଗକୁ କିଭଳି ମିଳିବ ସେନେଇ ବୈଠକରେ ଆଲୋଚନା ହୋଇଛି ।

ବର୍ତ୍ତମାନ ଦକ୍ଷିଣ ଓଡ଼ିଶାର ୮ ହଜାର ଗାଁରେ ମୋବାଇଲ ଟାଓ୍ଵାର ନାହିଁ । ସେଥିରେ ୬ ହଜାର ନକ୍ସଲ ପ୍ରବଣ ଗାଁରେ ମୋବାଇଲ ଟାଓ୍ଵାର ନାହିଁ । ଏଥିସହ ଗୁରୁପ୍ରିୟା ସେତୁ ହେବା ପରେ ମାଲକାନଗିରିରେ ନକ୍ସଲ ପାଦ୍ରୃଭାବ କମିଛି । ଗୁରୁପ୍ରିୟା ଭଳି ଆହୁରି ଅନେକ ପ୍ରୋଜେକ୍ଟ କରାଯିବ । ରୋଡ ଓ ଟ୍ରାନ୍ସପୋର୍ଟର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଉଭୟ କେନ୍ଦ୍ରଓ ରାଜ୍ୟ ସରକାର ଙ୍କ ଶ୍ରମିକ ବିରୋଧୀ ନୀତି କୁ ବିରୋଧ । ଆନ୍ଦୋଳ ଙ୍କୁ ଓହ୍ଲାଇଛନ୍ତି ଶ୍ରମିକ ସଂଗଠନ । Body:ଉଭୟ କେନ୍ଦ୍ରଓ ରାଜ୍ୟ ସରକାର ଙ୍କ ଶ୍ରମିକ ବିରୋଧୀ ନୀତି କୁ ବିରୋଧ । ଆନ୍ଦୋଳ ଙ୍କୁ ଓହ୍ଲାଇଛନ୍ତି ଶ୍ରମିକ ସଂଗଠନ । ନିକଟରେ କେନ୍ଦ୍ର ସରକାର ଶ୍ରମ ଆଇନ ରେ ଯେଉଁ ପରିବର୍ତ୍ତନ ଆଣିଛନ୍ତି ତା ବିରୁଦ୍ଧରେ CITU ଶ୍ରମିକ ସଂଗଠନ ଆଜି ଅନୁଗୋଳ ରେ ଶ୍ରମ ଅଫିସ ଘେରାଉ କରିଛନ୍ତି । ସେପଟେ ନିର୍ମାଣ ଶ୍ରମିକ ଙ୍କୁ ରାଜ୍ୟ ସରକାର ଙ୍କ ଶ୍ରମ ବିଭାଗ ଅଣଦେଖା କରୁଥିବା ସହ ସେମାନଙ୍କୁ ପଞ୍ଚିକର ଠିକରେ କରୁନଥିବା CITU ଅଭିଯୋଗ କରିଛି । ଉଭୟ ସରକାର ଙ୍କ ଶ୍ରମିକ ବିରୋଧୀ ବିରୁଦ୍ଧରେ 13 ଦଫା ଦାବିରେ ବିକ୍ଷୋଭ କରିଛନ୍ତି ଶ୍ରମିକ ମାନେ । ଅନୁଗୋଳ ଷ୍ଟାଡିୟମ ପଡ଼ିଆରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଜିଲା ଶ୍ରମ କଯ୍ୟାଳୟ ଘେରାଉ କରିଛନ୍ତି -
Byte - ଉପେନ୍ଦ୍ର ଶର୍ମା , ଶ୍ରମିକ ନେତାConclusion:ସରକାର ଙ୍କ ଉଦ୍ଧେଶ୍ୟରେ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.