ଭୁବନେଶ୍ବର: 2022-24 ଶିକ୍ଷା ବର୍ଷ ପାଇଁ ବିଏଡ, ବିଏଚଏଡ ଏବଂ ଏମଏଡ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଓଏମଆର ବେସଡ଼ ପ୍ରବେଶିକା ପରୀକ୍ଷା(B.ED Entrance Exam) ଅନୁଷ୍ଠିତ ହେବ। ଜୁନ ପହିଲାରୁ ସାମ୍ସ(SAMS) ପୋର୍ଟାଲରେ ହେବ ଅନଲାଇନ ଆବେଦନ । ଜୁଲାଇରେ ପରୀକ୍ଷା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

ଜୁନ ମାସ 1 ରୁ 27 ତାରିଖ ମଧ୍ୟରେ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ । ଜୁଲାଇ 31 ତାରିଖ ସୁଦ୍ଧା ରାଜ୍ୟର 30 ଜିଲ୍ଲାରେ ପରୀକ୍ଷା ଆୟୋଜନ କରାଯିବ । ସାମ୍ସ ପୋର୍ଟାଲରେ ଉପରୋକ୍ତ ପାଠ୍ୟକ୍ରମ ପାଇଁ ଆବେଦନକାରୀମାନେ ଅନଲାଇନ ମାଧ୍ୟନରେ ଆବେଦନ କରିବେ। ଅନଲାଇନ ତାରିଖ ଶେଷ ହେବା ପରେ ଆବେଦନକାରୀଙ୍କ ଡାଟା ଆଧାରକୁ ଓଏସଏସବିକୁ ସାମ୍ସ ଦ୍ବାରା ହସ୍ତାନ୍ତର କରାଯିବ ।
ବିଭିନ୍ନ ଚୟନ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ସଂଖ୍ୟା ଅନୁଯାୟୀ ଉପରୋକ୍ତ ୩ଟି ପାଠ୍ୟକ୍ରମ ପାଇଁ ପ୍ରଶ୍ନ ପ୍ରସ୍ତୁତି, OMR ସିଟ୍ ପ୍ରସ୍ତୁତି, ଆଡମିଟ୍ କାର୍ଡ ପ୍ରଦାନ, ପ୍ରବେଶିକା ପରୀକ୍ଷା ପରିଚାଳନା ପାଇଁ ରାଜ୍ୟ ଚୟନ ବୋର୍ଡର କାର୍ଯ୍ୟ ପରିସର ଅନ୍ତର୍ଭୁକ୍ତ କରିବା ସହ ଗୋଟିଏ ଦିନରେ ସମସ୍ତ କେନ୍ଦ୍ର, ସ୍କୋର କି, ମୂଲ୍ୟାଙ୍କନ, ଫଳାଫଳର ପ୍ରକାଶନ ଏବଂ OMR ସିଟ୍ ଗୁଡିକର ସୁରକ୍ଷିତ ସଂରକ୍ଷଣ ସହିତ ଫଳାଫଳକୁ ବିଭାଗକୁ ହସ୍ତାନ୍ତର କରିବ ଓଏମଆର। ପ୍ରବେଶିକା ପରୀକ୍ଷା ପରିଚାଳନା ପାଇଁ ସମସ୍ତ ଖର୍ଚ୍ଚ ଉଚ୍ଚ ଶିକ୍ଷା ବିଭାଗ ବହନ କରିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ