ETV Bharat / city

ଛାତ୍ର ବିଜେଡି କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

author img

By

Published : Dec 23, 2020, 11:33 AM IST

ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହେଉଛି । ଅଧିକ ପଢନ୍ତୁ...

ବିଜେଡି କାର୍ଯ୍ୟକାରିଣୀ
ବିଜେଡି କାର୍ଯ୍ୟକାରିଣୀ

ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ । ଏହି କାର୍ଯ୍ୟକାରିଣୀ ବୈଠକରେ ବିଜୁ ଛାତ୍ର ଜନତା ଦଳ ସଭାପତି, କାର୍ଯ୍ୟକାରୀ ସଭାପତି, ମହାସଚିବ, ବରିଷ୍ଠ ଉପସଭାପତି, ଉପ ସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ ସମେତ ସମସ୍ତ 34ଟି ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଓ ଜୋନ୍ ସଭାପତି ଯୋଗଦେଇଛନ୍ତି ।

କାର୍ଯ୍ୟକାରିଣୀ ବୈଠକରେ ବିଜୁ ଛାତ୍ର ଜନତା ଦଳର ବିଭିନ୍ନ ପ୍ରସ୍ତାବ ମାନ ଆଗତ କରାଯିବା ସହ ତୃଣମୂଳ ସ୍ତରରେ ଛାତ୍ର ସଙ୍ଗଠନକୁ ସୁଦୃଢ କରିବା ସହ ବ୍ୟାପକ କ୍ରିୟାଶୀଳ କରିବା ନିମନ୍ତେ ବିସ୍ତୃତ ଆଲୋଚନା କରାଯାଇଛି । ବୈଠକକୁ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରିଛନ୍ତି।

ଏହାସହ ବିଜୁ ଜନତା ଦଳର ଉଚ୍ଚ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ । ଏହି ବୈଠକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେବେ। ପୂର୍ବରୁ ବିଜୁ ଯୁବ ଜନତା ଦଳ ଓ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ସମେତ ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.