ETV Bharat / city

ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଚିତ୍ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର: ଛାତ୍ର ବିଜେଡ଼ି - school opening

ଆସନ୍ତା 26 ତାରିଖରୁ ଦଶମ ଓ ଦ୍ୱାଦଶ ପାଠପଢା ପାଇଁ ସ୍କୁଲ ଖୋଲିବ । ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ ଜଣାଇଲା ବିଜୁ ଛାତ୍ର ଜନତା ଦଳ । ଅଧିକ ପଢନ୍ତୁ...

ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଚିତ୍ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର: ଛାତ୍ର ବିଜେଡ଼ି

author img

By

Published : Jul 17, 2021, 10:18 PM IST

ଭୁବନେଶ୍ବର: ଆସନ୍ତା 26 ତାରିଖରୁ ଦଶମ ଓ ଦ୍ୱାଦଶ ପାଠପଢା ପାଇଁ ସ୍କୁଲ ଖୋଲିବ । ଏନେଇ ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବିଦ୍ୟାଳୟ ଖୋଲିବା ସହ ନବମ ଓ ଦଶମ ଶିକ୍ଷା କ୍ଷେତ୍ରରେ ନୂତନ ଢାଞ୍ଚାର ବ୍ୟବସ୍ଥାକୁ ସ୍ଵାଗତ ଜଣାଇଛି ବିଜୁ ଛାତ୍ର ଜନତା ଦଳ । ରାଜ୍ୟ ସରକାରଙ୍କ ପକ୍ଷରୁ ଜୁଲାଇ ୨୬ରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଦଶମ ଓ ଦ୍ଵାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପରିପେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ନବମ ଓ ଦଶମ ଶ୍ରେଣୀର ଶିକ୍ଷାକୁ ଗୁରୁତ୍ବ ଦେବା ସହ ଏହି ଶ୍ରେଣୀଗୁଡିକରେ ନୂତନ ଢାଞ୍ଚାର ପରୀକ୍ଷା ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନିଆଯାଇଛି । ତତସହିତ ବିଦ୍ୟାଳୟଗୁଡ଼ିକ ଖୋଲିବା ପୂର୍ବରୁ ସାନିଟାଇଜେସନ୍ ସହ ବିଦ୍ୟାଳୟଗୁଡ଼ିକରେ ସମସ୍ତ କୋଭିଡ ନିୟମ ମାନିବା ସହ ଥର୍ମାଲ ସ୍କ୍ରିନ୍ ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି ।

ଯଦି କୋରୋନା ପରିସ୍ଥିତି ନିୟନ୍ତ୍ରଣାଧୀନ ରହେ ତେବେ ଅଗଷ୍ଟ ୧୬ ରୁ ନବମ ଏବଂ ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ କରିବାର ଯୋଜନା ରହିଛି । ନବମ ଓ ଦଶମ ଶ୍ରେଣୀ ପାଇଁ ଆସେଶମେଣ୍ଟ ପରୀକ୍ଷା କରାଯିବା ସହ ୪ଟି ଫର୍ମେଟିଭ୍ ଓ ୨ଟି ସବମେଟିଭ୍ ପରୀକ୍ଷା କରାଯିବାର ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଛାତ୍ରଛାତ୍ରୀମାନଙ୍କ ସ୍ବାର୍ଥ ଓ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଥିବାରୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ ଜଣାଯାଇଛି ।

ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଖୋଲିବା ଏବଂ ନବମ ଓ ଦଶମ ଶ୍ରେଣୀରେ ନୂତନ ଢାଞ୍ଚାରେ ପରୀକ୍ଷା କରିବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ସ୍ବାଗତଯୋଗ୍ୟ । ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟି ଦେଇ ବିଦ୍ୟାଳୟ ବନ୍ଦ କରିବା ଏବଂ ବର୍ତ୍ତମାନ କୋଭିଡ୍ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଶିକ୍ଷାକୁ ଗୁରୁତ୍ବ ଦେଇ ବିଦ୍ୟାଳୟ ଖୋଲିବା, ଏହା ହିଁ ପ୍ରମାଣ କରୁଛି ମୁଖ୍ୟମନ୍ତ୍ରୀଙ୍କ ଛାତ୍ରଛାତ୍ରୀମାନଙ୍କ ପ୍ରତି ଥିବା ଉଦବେଗ । ଏଣୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ସରକାରଙ୍କ ଏହି ଉଚିତ୍ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିବା ସହ କୃତଜ୍ଞତା ଜଣାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.