ETV Bharat / city

ଘର ଅଗଣାରେ ଗଡ଼ିଲା କୁନିରଥ: କୋରୋନାର ବିଲୋପ ପାଇଁ କଲେ ପ୍ରାର୍ଥନା - ଗଡ଼ିଲା କୁନିରଥ

ଚଳିତ ବର୍ଷ ବଡ଼ ଦାଣ୍ଡରେ କୋରୋନା କଟକଣା ମଧ୍ୟରେ ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଅଭିନେତା ଚିନ୍ତାମଣୀ ବିଶ୍ୱାଳ ନିଜ ଘରେ କ୍ଷୁଦ୍ର ରଥ ତିଆରି କରି ମହାପ୍ରଭୁଙ୍କୁ ବିଜେ କରାଇ ପରିବାର ସଦସ୍ୟମାନଙ୍କ ସହ ରଥ ଟାଣିଛନ୍ତି । ଅଧିକ ପଢନ୍ତୁ...

ଘର ଅଗଣାରେ ଗଡ଼ିଲା କୁନିରଥ: କୋରୋନାର ବିଲୋପ ପାଇଁ କଲେ ପ୍ରାର୍ଥନା

author img

By

Published : Jul 1, 2020, 8:04 PM IST

ଭୁବନେଶ୍ୱର: କୋରୋନା ସମୟରେ କୌଣସି ପ୍ରକାର ଧାର୍ମିକ ଉତ୍ସବ ଓ ଲୋକ ସଂଗଠିତ ହେବାକୁ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି । ଏମିତିକି ଚଳିତ ବର୍ଷ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବା ନେଇ ବହୁ ବାଦ ବିବାଦ ପରେ କଟକଣା ମଧ୍ୟରେ ଏହା ସମ୍ପନ୍ନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେବା ପରେ ସୁସଙ୍ଗଠିତ ଭାବେ ଅନୁଷ୍ଠିତ ହୋଇଛି । ତେବେ ଯାହା କି ପ୍ରତିବର୍ଷ ସର୍ବତ୍ର ମହା ଆଡ଼ମ୍ବର ଭାବେ ପାଳନ କରାଯାଏ ତାହା ଏବର୍ଷ ହୋଇ ପାରିନାହିଁ। ବିନା କୌଣସି ଭକ୍ତରେ ପୁରୀ ରଥଯାତ୍ରା ଓ ବାହୁଡ଼ାଯାତ୍ରା ହୋଇଥିବାବେଳେ ରାଜ୍ୟର ମନ୍ଦିର ମାନଙ୍କରେ କେବଳ ରୀତିନୀତି ହୋଇଛି ।

ଘର ଅଗଣାରେ ଗଡ଼ିଲା କୁନିରଥ: କୋରୋନାର ବିଲୋପ ପାଇଁ କଲେ ପ୍ରାର୍ଥନା
ଘରେ ରହି ଭକ୍ତମାନେ ଟିଭିରେ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରାକୁ ଦେଖୁଥିବାବେଳେ ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଅଭିନେତା ଚିନ୍ତାମଣୀ ବିଶ୍ୱାଳ ନିଜ ଘରେ କ୍ଷୁଦ୍ର ରଥ ତିଆରି କରି ମହାପ୍ରଭୁଙ୍କୁ ବିଜେ କରାଇ ପରିବାର ସଦସ୍ୟମାନଙ୍କ ସହ ରଥ ଟାଣିଛନ୍ତି । ନିଜ ପିତାମାତା, ଝିଅ ଓ ସ୍ତ୍ରୀଙ୍କ ସହ ମହାପ୍ରଭୁଙ୍କ ପ୍ରତି ଭକ୍ତି ଅର୍ଘ୍ୟ ଅର୍ପଣ ପୂର୍ବକ ଭାବପୁର୍ଣ ଭାବେ ଏହା ପାଳନ କରିଛନ୍ତି । ଯାହାକି ଅନ୍ୟମାନଙ୍କ ପାଇଁ ଏହା ପ୍ରେରଣା ଅଟେ । କୋରୋନା ମହାମାରୀ ସମୟରେ ମଧ୍ୟ କଟକଣାକୁ ପାଳନ କରି ଭଗବାନଙ୍କୁ ଭାବ ର ସହିତ ଜଡ଼ିତ ହେବାର ଏହା ଉତ୍ତମ ଆଧାର ବୋଲି ଚିନ୍ତାମଣୀ ପ୍ରକାଶ କରିଛନ୍ତି । ଏହି ଅବସରରେ ତିନ୍ତାମଣୀ ବିଶ୍ୱାଳ ମହାପ୍ରଭୁ ପତିତପାବନ କୋରୋନା କୁ ବିନାଶ କରିବା ସହିତ ପୁଣି ଦେଶ ତଥା ବିଶ୍ୱରେ ସ୍ୱାଭାବିକ ସ୍ଥିତି ଫେରି ଆସିବ ବୋଲି ବିଶ୍ୱାସ ରଖିଛନ୍ତି।ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.