ଭୁବନେଶ୍ବର: ବଦଳିବ ସ୍ମାର୍ଟସିଟିର ସାଇନ୍ସ ପାର୍କ । ଧୀରେ ଧୀରେ ନିଜେ ମହତ୍ତ୍ୱ ହରାଇ ବସିଥିବା ଏହି ପାର୍କକୁ ଦିଆଯିବ ନୂଆ ରୂପ । ଏହାସହ ଲୋକଙ୍କ ସହ ସମ୍ପର୍କକୁ ପୂର୍ବ ପରି ଯୋଡିବା ପାଇଁ ଖୋଲିବ ନୂଆ ନୂଆ ମଡେଲ। ଯାହାକି ସ୍କୁଲପଢୁଆ ପିଲାଙ୍କୁ ଯୋଡିବା ସହ ସାଧାରଣ ଲୋକବି ଏହି ପାର୍କର ମହତ୍ଵ ବୁଝି ପାରିବେ।
1989 ମସିହାରେ ଏହି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ବା ସାଇନ୍ସ ପାର୍କ ଆରମ୍ଭ ହୋଇଥିଲା । ଏଠାରେ 4 ଟି ଗ୍ୟାଲେରୀରେ 180 ଟି ମଡେଲ ରହିଛି । ତେବେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଆହୁରି ଅନେକ ନୂଆ ନୂଆ ମଡେଲ ସବୁ ତିଆରି ହେବାର ଯୋଜନା ରହିଛି ବୋଲି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ତେବେ କୁନିକୁନି ପିଲାମାନଙ୍କୁ ପାର୍କ ସହ ଯୋଡି ରଖିବା ପାଇଁ ପରବର୍ତ୍ତୀ ସମୟରେ ମିରର ଗ୍ୟାଲେରୀର ଲକ୍ଷ୍ୟ ରଖାଯାଇଛି । ଏହାସହ ରଜ ପୂର୍ବରୁ ପାର୍କ ଭିତରେ ଅବହେଳିତ ଅବସ୍ଥାରେ ପଡିରହିଥିବା ସ୍ଥାନ ଗୁଡିକୁ ଛୋଟ ପିଲାଙ୍କ ପାଇଁ ଏକ ଇକୋଫ୍ରେଣ୍ଡଲି ପାର୍କ କରାଯିବାର ଯୋଜନା ମଧ୍ୟ ରହିଛି।
ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଇଟିଭି ଭାରତ