ଭୁବନେଶ୍ବର: ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯାଜପୁର ବରୀ ବିଧାୟିକା ସୁନନ୍ଦା ଦାସ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କୋରୋନା ପଜିଟିଭ । ଗୋଟିଏ ଦିନରେ 3 ଲୋକ ପ୍ରତିନିଧି କୋରୋନା ଆକ୍ରାନ୍ତ । ଏନେଇ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି 3 ବିଧାୟକ । ଏହାସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଅଛି ବର୍ତ୍ତମାନ ହୋମ୍ ଆଇସୋଲେସନରେ ଥିବା ଦେଇଛନ୍ତି ସୂଚନା । ଏହାସହ ନିକଟରେ ସେମାନଙ୍କ ସମ୍ପର୍କରେ ଯେଉଁମାନେ ଆସିଛନ୍ତି କୋରୋନା ଟେଷ୍ଟ କରାଇବା ପାଇଁ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 15 ବିଧାୟକ ଓ 2 ସାଂସଦ କୋରୋନାରେ ଆକ୍ରାନ୍ତ ହେଲେଣି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ