ETV Bharat / city

ପ୍ରଥମାଷ୍ଟମୀ ପୂର୍ବରୁ ପୋଢୁଆଁ ହେଲେ ଅନାଥ ପିଲା

ପ୍ରଥମାଷ୍ଟମୀ ପୂର୍ବରୁ ପୋଢୁଆଁ ହେଲେ ଅନାଥଶ୍ରମର ପିଲା । ନୂଆ ପୋଷାକ ପିନ୍ଧିବା ସହ ମନ ପସନ୍ଦର ଖାଦ୍ୟ ଖାଇ ପାଳିଛନ୍ତି ଏହି ପର୍ବ ।

ପ୍ରଥମାଷ୍ଟମୀ ପୂର୍ବରୁ ପୋଢୁଆଁ ହେଲେ ଅନାଥ ପିଲା
author img

By

Published : Nov 16, 2019, 12:17 PM IST

ଭୁବନେଶ୍ବର: ପ୍ରଥମାଷ୍ଟମୀ ଅଥବା ପୋଢୁଆଁଷ୍ଟମୀ । ଆସନ୍ତା 20ରେ ଓଡିଆ ପରିବାରର ସମସ୍ତ ବଡ ସନ୍ତାନଙ୍କୁ ବନ୍ଦାପନା କରାଯିବ । ଏଥିସହ ମାମୁଁ ଘରୁ ଆସିଥିବା ନୂଆ ପୋଷାକକୁ ପରିଧାନ କରିବେ । କିନ୍ତୁ ଦୁନିଆରେ ଏମିତି ବି କିଛି ପିଲା ଅଛନ୍ତି ଯେଉଁମାନେ ଜନ୍ମରୁ ଏଥିରୁ ବଞ୍ଚିତ ରହିଛନ୍ତି । ଆଉ ତାଙ୍କ ମୁହଁରେ ଚେନାଏ ହସ ଫୁଟାଇବା ପାଇଁ ଆଗୁଆ ପାଳନ ହୋଇଛି ପ୍ରଥମାଷ୍ଟମୀ । ଭୁବନେଶ୍ବର ଏକ ଅନାଥଶ୍ରମରେ ରହୁଥିବା ପିଲାଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ କରିଛି ଫ୍ୟୁଚର ଗ୍ରୁପ ।

ପ୍ରଥମାଷ୍ଟମୀ ପୂର୍ବରୁ ପୋଢୁଆଁ ହେଲେ ଅନାଥ ପିଲା

ଏହି ଗ୍ରୁପ ପିଲାଙ୍କ ମାମୁଁ ସାଜି 30 ଜଣ ଅନାଥ ପିଲାଙ୍କୁ ଖୁସି ଦେବାକୁ ଚେଷ୍ଟା କରିଛନ୍ତି । ସପିଂ ମଲରେ ବୁଲାଇବା ସହ ନୂଆ ପୋଷାକ ଦେଇଛନ୍ତି । ଏମିତି ସେମାନଙ୍କ ପସନ୍ଦ ଖାଦ୍ୟ ଓ ପିଇବାକୁ ପ୍ରଦାନ କରାଯାଇଛି । ସେପଟେ ଏହି ଗ୍ରୁପର କାର୍ଯ୍ୟକୁ ଦେଖି ଆନନ୍ଦିତ ହେବା ସହ ପ୍ରଶଂସା କରିଛନ୍ତି ସପିଂମଲର କର୍ମଚାରୀ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଓଡ଼ିଆ ପରିବାରରେ ଘରର ବଡ଼ ସନ୍ତାନ ମାନଙ୍କୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ତାଙ୍କର ପୂଜା କରାଯିବାର ପ୍ରଥା ରହିଛି।ଯାହାକି ଆସନ୍ତା ବୁଧବାର ଅର୍ଥାତ ଏହି ମାସ 20 ତାରିଖରେ ପଡିବ।ତେବେ ଏଥିପାଇଁ ଅନେକ ପିଲା ମାନେ ଖୁସି ହେଉଥିବାବେଳେ ଆମ ଚାରି ପାଖରେ ଥିବା ଅନେକ ପିଲା ଏହି ଖୁସି ଅନୁଭବ କରି ପାରି ନଥାନ୍ତି।ତେବେ ସେହିପରି ଭୁବନେଶ୍ୱରରେ ଏକ ଅନାଥାଶ୍ରମରେ ରହୁଥିବା ପିଲାମାନଙ୍କ ମୁହଁ ରେ ହସ ଫୁଟାଇବାର ପ୍ରୟାସ କରିଛି ଫିୟୁଚର ଗ୍ରୁପ।

Body:କାରଣ ଏହି ପ୍ରଥମାଷ୍ଟମୀ ପର୍ବ ରେ ଘରର ବଡ଼ ପୁଅ ବା ଝିଅ କୁ ପୂଜ କରିବାର ଥିବା ବେଳେ ଏଥିପାଇଁ ମାମୁ ଲୋଡ଼ା ପଡ଼ିଥାନ୍ତି।ଯିଏ କି ନିଜ ଭଣଜା ଓ ଭାଣିଜୀଙ୍କ ପାଇଁ ନୂତନ ବସ୍ତ୍ର ଦେବା ସହିତ ଭଉଣୀ ଘରକୁ ବିଭିନ୍ନ ପ୍ରକାର ଫଳ ମୂଳ ଉପହାର ଦେଇଥାଏ।ରାଜଧାନୀ ର ଅନାଥାଶ୍ରମରେ ରହୁଥିବା କିଛି ଶିଶୁମାନଙ୍କର ମାମୁ ସାଜିଛି ଏହି ଗ୍ରୁପ ଦ୍ୱାରା ପରିଚାଳିତ ବିଗ ବଜାର।ପାଖାପାଖି 30 ଜଣ ଅନାଥ ଛୁଆଙ୍କ ମୁହଁରେ ହସ ଫୁଟାଇବା ପାଇଁ ତାଙ୍କୁ ମଲରେ ବୁଲାଇବା ସହିତ ଖାଇବା ଓ ପିଇବାକୁ ପ୍ରଦାନ କରାଯାଇଛି।ଏପରିକି ତାଙ୍କୁ ମାମୁ ହିସାବରେ ପ୍ରଥମାଷ୍ଟମୀରେ ପରିଧାନ ପାଇଁ ମଧ୍ୟ ନୂତନ ବସ୍ତ୍ର ଦିଆଯାଇଥିବା କହିଛନ୍ତି ବିଗବଜାର କର୍ମଚାରୀ ଦେବୀ ପ୍ରସାଦ ଦାସ।ତେବେ ଏହିପରି ଅନ୍ୟ ଅନୁଷ୍ଠାନମାନେ ମଧ୍ୟ ଅବହେଳିତ ଅବସ୍ଥାରେ ଥିବା ପିଲାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆଗେଇ ଆସିବାକୁ ଶ୍ରୀ ଦାସ କହିଛନ୍ତି।
ବାଇଟ-ଦେବୀ ପ୍ରସାଦ ଦାସ,
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.