ଭୁବନେଶ୍ବର: କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ଵବିଦ୍ୟାଳୟର ଦୁଇଟି ବିଭାଗର ପରୀକ୍ଷାକୁ ଅନଲାଇନରେ କରିବାକୁ ପ୍ରସ୍ତୁତି କରାଯାଇଥିବା ବେଳେ ବାକି ବିଷୟଗୁଡିକ ଅଫଲାଇନରେ ପାଠ୍ୟକ୍ରମ ସହ ପରୀକ୍ଷା ହେବ ବୋଲି ଜଣାପଡିଛି ।
ରାଜ୍ୟ ସରକାରଙ୍କର ଓଆର ଟି ପି ଏସ ଆକ୍ଟରେ ଅନେକ ସେବାକୁ ଅନ୍ତଃର୍ଭୁକ୍ତ କରାଯାଇଛି। ମାଇଗ୍ରେସନ, ରେଜିଷ୍ଟ୍ରେସନ, ସିଏଲସି ଆଦି ବ୍ୟବସ୍ଥାକୁ ମଧ୍ୟ ଗ୍ରହଣ କରାଯାଇଛି। ଅନ୍ୟପଟେ ବିବିଏ ଓ ବିସିଏକୁ ଅନଲାଇନ ମାଧ୍ୟମରେ ପ୍ରଥମ କରି ପରୀକ୍ଷା କରାଯିବ। ଏହି ବିଷୟର ପାଠ୍ୟକ୍ରମ, ଫର୍ମ ପୂରଣ, ଆଡମିଟ କାର୍ଡ, ମାର୍କ ଅପଡେଟ ଆଦି ସମସ୍ତ ସୁବିଧା ଅନଲାଇନରେ ମିଳିବ।
ଏହାଦ୍ବାରା ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଅନ୍ୟ ସମସ୍ତ ବିଷୟଗୁଡିକର ପରୀକ୍ଷା ଅଫଲାଇନରେ କରାଯାଉଥିବା ବେଳେ ଏମଫିଏଲ ଓ ପିଏଚଡ଼ି ପାଠ୍ୟକ୍ରମକୁ ଅଫଲାଇନରେ ଆଡମିଶନ କରାଯିବା ସହ କ୍ଳାସ ମଧ୍ୟ କରାଯିବ ବୋଲି କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ