ଭୁବନେଶ୍ବର: ସ୍ମାର୍ଟସିଟିରେ ସ୍ମାର୍ଟ ଚୋର । ଆସୁଥିଲେ ସିଧା ସାଧା ବେଶରେ । ଚୋରି କରୁଥିଲେ ସ୍ମାର୍ଟସିଟି ପ୍ରୋଜେକ୍ଟ ବ୍ୟାଟେରୀ । କହୁଥିଲେ ମରାମତି ପାଇଁ ଚାଲିଛି କାମ । ଏଇଭଳି ଢଙ୍ଗରେ ସ୍ମାର୍ଟ ସିଟିର ପ୍ରୋଜେକ୍ଟରେ ଅନେକ ବ୍ଯାଟେରୀ ଚୋରି କେସ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ବ୍ଯାଟେରୀ ଚୋରି ଗ୍ଯାଙ୍ଗର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ ।
୨୫ଟି ବ୍ଯାଟେରୀ ଜବତ କରିଛି, ଯାହାର ଆନୁମାନିକ ମୂଲ୍ଯ ୨ ଲକ୍ଷ ହେବ । ଏହାସହ ଦୁଇଜଣ ଅଭିଯୁକ୍ତଙ୍କ ସହ ୨ ଜଣ ରିସଭରକୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଚନ୍ଦନ ଦାଶ, ରାଜା ନାୟକ ଯେକି ଆଖଣ୍ଡଳବସ୍ତିର । ତେବେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବିଶେଷ କରି ସେମାନେ ପ୍ରୋଜେକ୍ଟ ଚାଲିଥିବା ନଚେତ ରାସ୍ତା କଡରେ ଲାଗିଥିବା ମେସିନକୁ ଖୋଳି କାମ କରିବା ଆଳରେ ଚୋରି କରୁଥିଲେ ।
ଏପରିକି ଅଟୋରେ ଆସି ଲୋକଙ୍କ ସାମ୍ନାରେ ଚୋରି କରି ନେଉଥିଲେ ଫଳରେ ଲୋକ ଦେଖୁଥିଲେ ବି ସରକାରୀ କର୍ମଚାରୀ ଭାବି ସାଧାରଣଲୋକ ବି ଜାଣିପାରୁନଥିଲେ । ଅନେକ ସ୍ଥାନରେ ଟେକନିସିଆନ ବେଶରେ ବିଭିନ୍ନ ଟେଲିକମ ଟାୱାରର ବି ବ୍ଯାଟେରୀ ଚୋରି କରି ଚମ୍ପଟ ମାରୁଥିଲେ ଏମାନେ । ଲକଡାଉନ ସମୟରେ ଅଧିକାଂଶ ଚୋରି କରୁଥିବାବେଳେ ପ୍ରାୟ ୧୦ ଟି ଥାନାରେ ୧୨ଟି ରିପୋର୍ଟ ହୋଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ