ETV Bharat / city

ବସ୍ତିକୁ ଚାଲ ଅଭିଯାନ: ଡିସିପି ବୁଝିଲେ ହାଲଚାଲ, ବସ୍ତି ବାସିନ୍ଦାକୁ ଦେଲେ ପ୍ଲାନ - ବସ୍ତି ଚାଲ ଅଭିଯାନ

ଭୁବନେଶ୍ବରରେ ଅପରାଧ ରୋକିବାକୁ ବସ୍ତି ଚାଲ ଅଭିଯାନ ମାଧ୍ୟମରେ ବସ୍ତିରେ ପହଞ୍ଚିଛନ୍ତି ଭୁବନେଶ୍ବର ଡିସିପି । ବସ୍ତିରେ ପହଞ୍ଚି ଡିସିପି ବାସିନ୍ଦାଙ୍କ ହାଲଚାଲ ପଚାରି ବୁଝିଛନ୍ତି । ଅଧିକ ପଢନ୍ତୁ...

ବସ୍ତି ଚାଲ ଅଭିଯାନ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ପାଖରେ ପହଞ୍ଚିଲେ ଭୁବନେଶ୍ବର ଡିସିପି

author img

By

Published : Feb 14, 2021, 8:04 AM IST

ଭୁବନେଶ୍ବର: ଅପରାଧ ରୋକିବାକୁ ବସ୍ତିକୁ ଚାଲ ଅଭିଯାନ ମାଧ୍ୟମରେ ବସ୍ତିରେ ପହଞ୍ଚିଛନ୍ତି ଭୁବନେଶ୍ବର ଡିସିପି । ବସ୍ତିରେ ପହଞ୍ଚି ଡିସିପି ବାସିନ୍ଦାଙ୍କ ହାଲଚାଲ ପଚାରି ବୁଝିଛନ୍ତି ।

ଏହି ଗସ୍ତ ସମୟରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ବସ୍ତି ବସିନ୍ଦାକୁ ଅପରାଧରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ।ଯାହାର କ୍ରମରେ ଶନିବାର ଏୟାରଫିଲ୍ଡ ଥାନା ଅନ୍ତର୍ଗତ କପିଳପ୍ରସାଦରେ ଥିବା ଭଗବତି ବସ୍ତିରେ ପହଞ୍ଚିଥିଲେ ଭୁବନେଶ୍ବର ଡିସିପି । ନିଜ କାର୍ଯ୍ୟକାଳ ଭିତରେ ଭୁବନେଶ୍ବରରେ କିପରି ଅପରାଧ ରୋକାଯାଇ ପାରିବ ସେନେଇ ପ୍ରସ୍ତୁତ କରିଥିବା ବ୍ଲୁପ୍ରିଣ୍ଟ ସଫଳ କରିବାକୁ ବସ୍ତି ବାସିନ୍ଦାଙ୍କୁ ଅପରାଧିକ ମାମଲାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।

ସହର ଅନେକ ସୁବିଧା ସତ୍ତ୍ବେ କିପରି ଜଣେ ବ୍ଯକ୍ତି ଅପରାଧମୁକ୍ତ ଜୀବନଶୈଳୀ ବିତାଇପାରିବେ ସେନେଇ ବସ୍ତିର ବରିଷ୍ଠ ନାଗରିକଙ୍କୁ ବୁଝାଇଥିଲେ । ଏପରିକି ଏକ ଆତ୍ମିୟତା ଓ ପାରିବାରିକ ସମ୍ପର୍କ ଭିତରେ କିଭଳି ଜଣେ ଯୁବକ ବା ଛୋଟ ପିଲାକୁ ଅପରାଧଠୁ ରୋକାଯାଇପାରିବ ସେନେଇ ଆଲୋଚନା କରିଛନ୍ତି ଡିସିପି । ସେହିପରି ଏହି ଅବସରରେ ମେଡିକାଲ କ୍ଯାମ୍ପ ଜରିଆରେ ୨୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.