ETV Bharat / city

ନିଜେ ବଞ୍ଚି ଅନ୍ୟଙ୍କୁ ବଞ୍ଚିବାର ରାହା ଦେଖାଉଛନ୍ତି ରାଜଧାନୀର ବାସନ୍ତୀ ଓ ସୁନିତା

ମା' ହାତ ରନ୍ଧା ସେଇ ଚକୁଳି, ତରକାରୀର ସ୍ବାଦ ନିଶ୍ଚୟ ହୋଟେଲର ବିରିୟାନୀଠାରୁ ଢେର ଉପରେ । ଖାଲି ସେତିକି ନହେଁ ମା ହାତ ରନ୍ଧା ପେଟକୁ ଶାନ୍ତି ମଧ୍ୟ ଦେଇଥାଏ । ଆଉ ଏଭଳି କିଛି ସୁସ୍ବାଦୁ ଖାଦ୍ୟ ଯୋଗାଉଛନ୍ତି ରାଜଧାନୀର ବାସନ୍ତୀ ଓ ସୁନିତା ।

author img

By

Published : Mar 3, 2019, 1:37 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଦିନ ସାରାର କାମ ପରେ ମନ ହୁଏ ଘରକୁ ଫେରି ଟିକେ ଶାନ୍ତିରେ ବିଶ୍ରାମ ନେବା ପାଇଁ । ଆଉ ଭୋକ ସମୟରେ ପେଟକୁ ଶାନ୍ତ କରିବା ପାଇଁ ମନ ଖୋଜେ ମା' ହାତ ରନ୍ଧା ଖାଦ୍ୟ । ମା' ହାତ ରନ୍ଧା ସେଇ ଚକୁଳି, ତରକାରୀର ସ୍ବାଦ ନିଶ୍ଚୟ ହୋଟେଲର ବିରିୟାନୀଠାରୁ ଢେର ଉପରେ ।

ହେଲେ ବର୍ତ୍ତମାନ ସମାଜର ପ୍ରତିଯୋଗିତାରେ ସାମିଲ ହେବା ପାଇଁ ଅଧିକାଂଶ ଯୁବପୀଢି ଘର ଛାଡି ବାହାରେ ରହୁଛନ୍ତି । ଏମିତିରେ ବ୍ୟସ୍ତ ଜୀବନରେ ଯଦି ଘର ଖାଦ୍ୟ ମିଳିଯାଏ ତାହାଲେ ପେଟ ତ ଶାନ୍ତ ହୁଏ, ମନ ବି ଖୁସି ହୋଇଯାଏ । ତେବେ ଯୁବପୀଢି ତଥା ଘରୁ ବାହାରେ ରହୁଥିବା ଲୋକଙ୍କର ଏହି ଛୋଟିଆ ଓ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତାକୁ ବେଶ ଭଲ ଭାବେ ବୁଝିଛନ୍ତି ରାଜଧାନୀର ଦୁଇ ଗୃହିଣୀ ବାସନ୍ତୀ ଓ ସୁନିତା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ନିଜ ଘରୋଇ ଜଞ୍ଜାଳରୁ ସମୟ କାଢି ଉଭୟେ ଚଳାନ୍ତି ନିଜର କ୍ୟାଟ୍ରିଙ୍ଗ ବା ଟିଫିନ ସର୍ଭିସ, 'ଅନ୍ନପୂର୍ଣ୍ଣା ଭଣ୍ଡାର' । ଯେଉଁଠାରେ ସବୁ ବର୍ଗର ଲୋକଙ୍କ ପକେଟକୁ ସୁହାଇଲା ଭଳି ମୂଲ୍ୟରେ ମିଳେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ । ବାସନ୍ତୀଙ୍କ ସ୍ବାମୀ ରୋଗାଗ୍ରସ୍ତ ଓ ସୁନିତାଙ୍କ ସ୍ବାମୀ ରୁହନ୍ତି ରାଜ୍ୟ ବାହାରେ । ଏଭଳି ସ୍ଥିତି ନିଜେ ସ୍ବାବଲମ୍ବୀ ହେବାର ଇଚ୍ଛା ନେଇ ଉଭୟେ 2015ରୁ ଆରମ୍ଭ କରନ୍ତି ଏହି ଟିଫିନ ସର୍ଭିସ । ତେବେ ପ୍ରତିଦିନର ଖାଦ୍ୟ ସହ ସେମାନେ ନିଜ ଗ୍ରାହକମାନଙ୍କୁ ଫ୍ରିରେ ଯୋଗାଇଥାଆନ୍ତି କିଛି ଓଡିଆ ପିଠା । ଯାହା ସମୟ ସହ ଧିରେଧିରେ ନିଜର ଅସ୍ତିତ୍ବ ହଜାଇବାକୁ ବସିଛି ।

କେବଳ ହଷ୍ଟେଲ ବା କର୍ମଜୀବି ନୁହେଁ ବରଂ ଦୁହେଁ ରାଜଧାନୀର ବିଭିନ୍ନ ଅନାଥ ଆଶ୍ରମ ଓ ଡାକ୍ତରଖାନାରେ ମଧ୍ୟ ନିଜ ଟିଫିନ ସର୍ଭିସ ଆରମ୍ଭ କରିଛନ୍ତି । ଆଉ ବଦଳରେ ଲୋକଙ୍କଠାରୁ ସାଉଁଣ୍ଟୁଛନ୍ତି ଅନେକ ପ୍ରଶଂସା । ତେବେ ସୁନିତା ଓ ବାସନ୍ତୀଙ୍କ ହାତରନ୍ଧାର ପ୍ରଶଂସକଙ୍କ ତାଙ୍କ ପାଖରେ ପିଠାକୁ ନେଇ ରହିଥାଏ ସ୍ବତନ୍ତ୍ର ବରାଦ । ସେହି ପିଠାରେ ରହିଥାଏ ସୁଜି ମଣ୍ଡା, ସାଧା କାକରା, ବିରି ଚପ୍‌ ଓ ପୋଡ ପିଠା ଭଳି ଅନେକ ପିଠା ।

ଅନ୍ନପୂର୍ଣ୍ଣା ଭଣ୍ଡାର ଖୋଲି ବାସନ୍ତୀ ଓ ସୁନିତା ଅନ୍ୟ ମହିଳାମାନଙ୍କୁ ଦେଇଛନ୍ତି କିଛି ନୂଆ ଶିକ୍ଷା । ସେମାନଙ୍କ କହିବା ଅନୁଯାୟୀ ଘରେ ବସି ଅଯଥା ଜଞ୍ଜାଳ ଯୋଗୁଁ ଚିନ୍ତାଗ୍ରସ୍ତ ହେବାଠାରୁ ଭଲ କି ରୋଷେଇ କରି ଆବଶ୍ୟକଙ୍କୁ ଖାଦ୍ୟ ପରଷିବା । ଯାହା ସେମାନଙ୍କ ପେଟକୁ ଖୁସି କରିବା ସହ ନିଜ ମନକୁ ମଧ୍ୟ ଶାନ୍ତି ଦେଇଥାଏ । ତେବେ ଏହି ସେବା ଯୋଗୁଁ ମାସିକ ପ୍ରାୟ 15-20 ହଜାର ଟଙ୍କା ରୋଜଗାର କରିଥାନ୍ତି ଉଭୟେ ।

undefined

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ନ୍ୟୁଜ୍‌   

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.