ETV Bharat / city

ଆଜି ବସନ୍ତ ପଞ୍ଚମୀ, ନିରାଡମ୍ବର ଭାବେ ଚାଲିଛି ବିଦ୍ୟାଦାତ୍ରୀଙ୍କ ପୂଜାର୍ଚ୍ଚନା

ଆଜି ବସନ୍ତ ପଞ୍ଚମୀ, ବିଦ୍ୟାଦାତ୍ରୀ ଦେବୀ ସରସ୍ବତୀଙ୍କ ନିରାଡମ୍ବରେ ଚାଲିଛି ପୂଜାର୍ଚ୍ଚନା

author img

By

Published : Feb 16, 2021, 12:35 PM IST

Updated : Feb 16, 2021, 2:02 PM IST

13:42 February 16

ବିନା ଛାତ୍ରଛାତ୍ରୀରେ ସରସ୍ବତୀ ପୂଜା

ବିନା ଛାତ୍ରଛାତ୍ରୀରେ ସରସ୍ବତୀ ପୂଜା

ଭୁବନେଶ୍ବର: ବିନା ଛାତ୍ରଛାତ୍ରୀରେ ସରସ୍ବତୀ ପୂଜା । ଗତ ଦୁଇ ଦିନ ଧରି ସ୍କୁଲ ବନ୍ଦ ରହିଥିବା ବେଳେ ଆଜି କେବଳ ଶିକ୍ଷକ ଶିକ୍ଷୟତ୍ରୀମନେ ପୂଜାର୍ଚ୍ଚନା କରିଥିଲେ। ତେବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରସ୍ବତୀ ପୂଜା ଦିନ ସ୍କୁଲ ବନ୍ଦ ରହିବ ଏବଂ ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ ନାହିଁ ବୋଲି ଘୋଷଣା କରାଯାଇଥିଲା| ତେଣୁ ଭୁବନେଶ୍ବର ୟୁନିଟ ଆଠ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିନା ଛାତ୍ରଛାତ୍ରୀରେ ସରସ୍ବତୀ ପୂଜା ପାଳନ ହେଉଛି | ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଏବଂ ଗୁରୁମାମାନେ କୋଭିଡ ନିୟମ ପାଳନ କରି ସରସ୍ବତୀ ପୂଜା କରୁଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ ଓ ଦେବସ୍ମିତା ରାଉତ, ଇଟିଭି ଭାରତ

10:56 February 16

ଆଜି ଶ୍ରୀ ପାଞ୍ଚମୀ, ମା’ ଶାରଳାଙ୍କ ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା

ଜଗତସିଂହପୁର: ଆଜି ଶ୍ରୀ ପଞ୍ଚମୀ । ଜଗତସିଂହପୁରର ସମସ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ସ୍ଥାନରେ କରାଯାଉଛି ବାଗବାଦିନୀ ମା’ ସରସ୍ଵତୀଙ୍କ ପୂଜାର୍ଚ୍ଚନା । ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ପୂଜାର୍ଚ୍ଚନା ପାଇଁ ବାରଣ କରାଯାଇଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ବିଦ୍ୟାଦାତ୍ରୀଙ୍କ ଆରାଧନା କରାଯାଇଛି। ସେହିପରି ଜିଲ୍ଲାର ଇଷ୍ଟଦେବୀ ମା’ ଶାରଳାଙ୍କ ମନ୍ଦିରରେ ସରସ୍ବତୀ ପୂଜାକୁ ନେଇ ସ୍ବତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ସେପଟେ ଶ୍ରୀ ପଞ୍ଚମୀକୁ ନେଇ ମା’ ସାରଳାଙ୍କ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। ମା’ ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ଲାଗିଛି ପ୍ରବଳ ଭିଡ଼ । ତେବେ ଶ୍ରୀ ପଞ୍ଚମୀରେ ମା’ଙ୍କୁ ଦର୍ଶନ କଲେ ଜୀବନର ଅଜ୍ଞାନ ଅନ୍ଧକାର ଦୁରୀଭୂତ ହୋଇ ଥାଏ ବୋଲି ବିଶ୍ବାସ ରହିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Feb 16, 2021, 2:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.