ETV Bharat / city

ଆଜି ବସନ୍ତ ପଞ୍ଚମୀ, ମା’ ସରସ୍ବତୀଙ୍କୁ ନିରାଡମ୍ବର ଆରାଧନା - Basant Panchami 2021

ଆଜି ମା ସରସ୍ବତୀ ପୂଜା । ମାଘଶୁକ୍ଳ ପଞ୍ଚମୀତିଥିରେ ଦେବୀ ସରସ୍ବତୀ ଆବିର୍ଭୂତ ହୋଇଥିଲେ । ତେଣୁ ଏହି ତିଥିରେ ଶ୍ରୀଶ୍ରୀବାଗ୍ଦେବୀଙ୍କର ପୂଜା ଅନୁଷ୍ଠିତ କରାଯାଏ । ଆଜିର ଦିନକୁ ଶ୍ରୀ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଅଧିକ ପଢନ୍ତୁ...

ଆଜି ବସନ୍ତ ପଞ୍ଚମୀ
ଆଜି ବସନ୍ତ ପଞ୍ଚମୀ
author img

By

Published : Feb 16, 2021, 7:40 AM IST

ଭୁବନେଶ୍ବର: ଯା କୁନ୍ଦେତୁ ତୁଷାରହାରଧବଳା, ଯା ଶୁଭ୍ରବସ୍ତ୍ରାବୃତା । ଯା ବୀଣାବରଦଂଡମଂଡିତକରା, ଯା ଶ୍ବେତପଦ୍ମାସନା | ବିଦ୍ୟାଂ ଦେହୀ ନମୋସ୍ତୁତେ । ଆଜି ମା ସରସ୍ବତୀ ପୂଜା । ମାଘଶୁକ୍ଳ ପଞ୍ଚମୀତିଥିରେ ଦେବୀ ସରସ୍ବତୀ ଆବିର୍ଭୂତ ହୋଇଥିଲେ । ତେଣୁ ଏହି ତିଥିରେ ଶ୍ରୀଶ୍ରୀବାଗ୍ଦେବୀଙ୍କର ପୂଜା ଅନୁଷ୍ଠିତ କରାଯାଏ । ଆଜିର ଦିନକୁ ଶ୍ରୀ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ସାରା ଦେଶ ପାଳୁଛି ସରସ୍ବତୀ ପୂଜା ।

ବାଗ୍ଦେବୀ ସରସ୍ବତୀ ଚନ୍ଦ୍ରମାସମ ଗୌରବର୍ଣ୍ଣା, ଚତୁଃହସ୍ତରେ ଅକ୍ଷମାଳା, ଅଙ୍କୁଶ, ବୀଣା ଓ ପୁସ୍ତକ ଧାରଣ କରିଥାନ୍ତି । ବିଦ୍ୟାଦାତ୍ରୀଙ୍କ ଆଶିଷ ପାଇଁ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନରେ ମାଆଙ୍କ ପୂଜା ଅତି ନିଷ୍ଠାର ସହିତ ପାଳନ କରାଯାଏ । ସେ ମହାବିଦ୍ୟା, ମହାବାଣୀ, ଭାରତୀ, ବାକ୍, ଆର୍ଯ୍ୟା, ବ୍ରାହ୍ମୀ, କାମଧେନୁ, ବେଦଗର୍ଭା, ଧୀଶ୍ୱରୀ, ବୁଦ୍ଧିଦାତ୍ରୀ ଆଦି ଅନେକ ନାମରେ ପରିଚିତ ।

ବାଣୀ ଓ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ବତୀ ସୁଶୋଭିତ ପୁଷ୍ପମାଲ୍ୟ, ଘଣ୍ଟ, ଘଣ୍ଟା, ଶଙ୍ଖ ଆଦି ବାଦ୍ୟବାଦନ ମଧ୍ୟରେ ପୂଜିତ ହୁଅନ୍ତି । ଭୋଗ ଆକାରରେ ଖଇ, ଉଖୁଡ଼ା, ନଡ଼ିଆ ଫଳ ଆଦି ବଢ଼ାଯାଇଥାଏ । ଏହି ଦିନେ ବିଦ୍ୟାର ଦେବୀ ସରସ୍ବତୀଙ୍କୁ ଛାତ୍ରଛାତ୍ରୀଙ୍କ ସମସ୍ତ ଆରାଧନା କରନ୍ତି ।

ବସନ୍ତ ପଞ୍ଚମୀ ଦିନଠାରୁ ଆରମ୍ଭ ହୁଏ ବସନ୍ତ ଋତୁ । ଏଥର ବସନ୍ତ ପଞ୍ଚମୀ ଦିନ ରବି ଯୋଗ ଏବଂ ଅମୃତ ସିଦ୍ଧି ଯୋଗର ବିଶେଷ ସଞ୍ଜୋଗ ହେବ । ଦିନତମାମ ରବି ଯୋଗ ରହିବା ଦ୍ବାରା ଏହି ଦିନର ମହତ୍ତ୍ବ ବଢିଯିବ । ପୂଜା ପାଇଁ ସକାଳ 6 ଟା ରୁ ଅପରାହ୍ନ 6 ରୁ 59 ପର୍ଯ୍ୟନ୍ତ ଶୁଭ ମୁହୁର୍ତ୍ତ ରହିଛି ।

ଏହି ଦିନ ହଳଦିଆ, ବସନ୍ତ କିମ୍ବା ଧଳା ପୋଷାକ ପିନ୍ଧନ୍ତୁ । ମା ସରସ୍ବତୀଙ୍କ ମୂର୍ତ୍ତୀକୁ ପୂର୍ବ କିମ୍ବା ଉତ୍ତର ଦିଗକୁ ରଖି ପୂଜା ଆରମ୍ଭ କରନ୍ତୁ । ମା’ଙ୍କୁ ଧଳା ଫୁଲ ବହୁତ ପସନ୍ଦ । ତେଣୁ ତାଙ୍କୁ ଧଳା ପୁଷ୍ପରେ ପୂଜା କରନ୍ତୁ । ଦେବୀ ସରସ୍ବତୀଙ୍କୁ ପୂଜା କରିବା ଦ୍ବାରା ଜ୍ଞାନ ବଢିଥାଏ । ବିଶେଷକରି ଛାତ୍ରଛାତ୍ରୀମାନେ ମାଆଙ୍କୁ ବିଧିବିଧାନର ସହ ପୂଜା କରିନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.