ETV Bharat / city

ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ଘଟଣା: ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ପୀଡିତା - ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ଘଟଣା

ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାର ପୀଡିତା ଶନିବାର ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ଏକ ଚିଠି ଲେଖିଛନ୍ତି । ମୋ ଆର୍ଥିକ ସ୍ଥିତି ଭଲ ନାହିଁ, ମୋ ପାଇଁ ଓକିଲ ନିଯୁକ୍ତ କରନ୍ତୁ ବୋଲି ପିଡିତା ଚିଠିରେ ଉଲ୍ଲେଖ କରିଛନ୍ତି। ଅଧିକ ପଢନ୍ତୁ...

ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ଘଟଣା
ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ଘଟଣା
author img

By

Published : May 1, 2021, 6:56 PM IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାର ପୀଡିତା ଶନିବାର ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ଏକ ଚିଠି ଲେଖିଛନ୍ତି । ମୋ ଆର୍ଥିକ ସ୍ଥିତି ଭଲ ନାହିଁ, ମୋ ପାଇଁ ଓକିଲ ନିଯୁକ୍ତ କରନ୍ତୁ ବୋଲି ପିଡିତା ଚିଠିରେ ଉଲ୍ଲେଖ କରିଛନ୍ତି।

ଗଣଦୁଷ୍କର୍ମ ଷଡଯନ୍ତ୍ରର ଅଧିକ ତଦନ୍ତ କରି ଘଟଣାର ପର୍ଦ୍ଦାଫାସ୍ କରାଯାଉ । ଆଉ କିଏ କିଏ ଘଟଣାରେ ସମ୍ପୃକ୍ତ ରହିଛନ୍ତି ତାର ଖୁଲାସା ହେଉ । ଏନେଇ ପିଡିତା ହାଇକୋର୍ଟ ବିଚାରପତିଙ୍କୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ।

ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ଘଟଣା
ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ଘଟଣା

ସେ ଲେଖିଛନ୍ତି ଯେ, ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଧରା ପଡିଛି । ତେଣୁ ତାକୁ ଅଧିକ ପଚରାଉଚରା କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦିଅନ୍ତୁ । ଏହାସହ ତାଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ହାଇକୋର୍ଟ ତାଙ୍କ ପାଇଁ ଏକ ଓକିଲ ନିଯୁକ୍ତ କରନ୍ତୁ । ଗତ ୨୨ ବର୍ଷ ହେଲା ନ୍ୟାୟ ପାଇଁ ଲଢ଼େଇ କରୁଥିବା ପିଡିତା ଶନିବାର ହାଇକୋର୍ଟଙ୍କ ପାଖରେ ଏପରି ନିଜର ଅସହାୟତା ପ୍ରକାଶ କରିଛନ୍ତି।

ଗତ ୨୨ ବର୍ଷ ତଳେ ୧୯୯୯ ମସିହା ଜାନୁଆରୀ ୯ ତାରିଖରେ କଟକ-ବାରଙ୍ଗ ଥାନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଘଟଣା ଘଟିଥିଲା । ରାତିରେ କଟକ-ବାରଙ୍ଗ ରାସ୍ତା ଦେଇ ମହିଳା ଜଣଙ୍କ ଯିବାବେଳେ ତିନି ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅତି ନିର୍ଦ୍ଦୟ ଭାବରେ ଗଣଦୁଷ୍କର୍ମ କରିଥିଲେ । ଅଭିଯୁକ୍ତମାନେ ହେଲେ ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଏବଂ ଧିରେନ୍ଦ୍ର ମହାନ୍ତି ।

ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ଘଟଣା
ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ଘଟଣା

ଏହି ଘଟଣା ଘଟିବାର ୧୭ ଦିନରେ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ୍ । ସେମାନେ ହେଲେ ପ୍ରଦୀପ ସାହୁ ଏବଂ ଧିରେନ୍ଦ୍ର ମହାନ୍ତି । ୧୯୯୯ ମେ ୫ରେ ସିବିଆଇ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା । ୨୦୦୨ ଏପ୍ରିଲ ୨୯ ରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ରାୟ ଶୁଣାଇ ୨ ଦୋଷୀ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ଦଣ୍ଡ ଦେଇଥିଲେ ।

ଏହାପରେ ଅନ୍ଯତମ ଅଭିଯୁକ୍ତ ବିବନକୁ ଧରିବା ପାଇଁ ଚେଷ୍ଟା ଚଳାଇଥିଲା । ଏହି ଘଟଣାର ୨୨ ବର୍ଷରେ ବିବନକୁ ଧରିବାରେ ପୋଲିସ୍ ସଫଳ ହୋଇଥିଲା । ପୁନେରେ ନିଜର ନାଁ ବଦଳାଇ ବିବନ ରହୁଥିବା ବେଳେ ତାକୁ ଧରିବା ପାଇଁ ଟ୍ୱିନସିଟି କମିଶନର, କଟକ ଡିସିପିଙ୍କୁ ନେଇ ୪ ଜଣିଆ ଟିମ୍ ଗଠନ ହୋଇଥିଲା । ପରେ ଧରିବାରେ ସଫଳ ହୋଇଥିଲେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.