ଭୁବନେଶ୍ବର: BJB କଲେଜରେ ନକଲି ଭିନ୍ନକ୍ଷମ ସାର୍ଟିଫିକେଟରେ ଆଡ଼ମିଶନ ମାମଲା । 3 ଜଣଙ୍କୁ ଏହି ଘଟଣାରେ ଅଟକ ରଖିଛି ବରଗଡ଼ ଥାନା ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ଏସିପି ପରେଶ ରାଉତ ।
ଫେକ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ BJB କଲେଜରେ କିଏ କିଏ ଆଡ଼ମିଶନ କରିଛନ୍ତି କିମ୍ବା ଏହି ଘଟଣାରେ କିଏ କିଏ ସାମିଲ ଅଛନ୍ତି ? ଏନେଇ ପଚରାଉଚୁରା କରୁଛି ପୋଲିସ । ଦୁଇ ଜଣ ଅଭିଯୁକ୍ତଙ୍କ ସହ ଜଣେ ଛାତ୍ରଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । କଲେଜ ପ୍ରିନ୍ସପାଲଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ସୂଚନା ଥାଉ କି ଭୁବନେଶ୍ବରସ୍ଥିତ ବିଜେବି ସ୍ବଂୟଶାସିତ କଲେଜ ଓଡିଶାର ଆଗଧାଡିର କଲେଜ ମଧ୍ୟରୁ ଅନ୍ୟତମ ।
ଏଠାରେ ଆଡମିଶନ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗୁଥିବାବେଳେ ଆଡମିଶନରୁ ବଞ୍ଚିତ ଶିକ୍ଷାର୍ଥୀ ଏଠାରେ ପଢିବା ଲାଗି ଜାଲ୍ ସାର୍ଟିଫିକେଟର ସାହାରା ନେଇଥିବା ଘଟଣା ସାମ୍ନାକୁ ଆସିଥିଲା । କିଛି ଛାତ୍ରଛାତ୍ରୀ ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦେଇ କଲେଜରେ ନାମ ଲେଖାଇ ଥିବା ଅଭିଯୋଗ ହୋଇଥିଲା । ଏନେଇ 8 ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ ବିଜେବି କଲେଜ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ