ଭୁବନେଶ୍ବର: କମିଶନରେଟ ପୋଲିସର କଡା ନଜରରେ ରାଜଧାନୀର ଡ୍ୟାନ୍ସ ବାର । କମିଶନରେଟ ପୋଲିସ ମଧ୍ୟରାତିରେ ଡ୍ୟାନ୍ସ ବାରରେ ଚଢାଉ କରି ନେଇଛି କାର୍ଯ୍ୟାନୁଷ୍ଠାନ । 10 ଟି ବାରରେ ଚଢାଉ କରି 96 ଜଣ ଡ୍ୟାନ୍ସ ଗାର୍ଲଙ୍କୁ ଥାନାରେ ଅଟକ ରଖିଥିଲା । ତେବେ ବାରରେ କୌଣସି ଯୁବତୀ ଡ୍ୟାନ୍ସ କଲେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇ ଦେଇଛି କମିଶନରେଟ ପୋଲିସ।
ଲାଇସେନ୍ସ ନଥାଇ ଦୀର୍ଘଦିନ ଧରି ବେଆଇନ ଡ୍ୟାନ୍ସବାର ଚାଲୁଥିଲା । ଓଡିଶାରେ କୌଣସି ବାରରେ ଯୁବତୀ ଆଉ ଡ୍ୟାନ୍ସ କରିପାରିବେ ନାହିଁ କି ବାରରେ ଯୁବତୀଙ୍କୁ କେହି ନିୟୋଜିତ କରିପାରିବେ ନାହିଁ । ଯଦି ସେପରି କିଛି ହେବାର ନଜରକୁ ଆସିଲେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ସିସିଟିଭି କ୍ୟାମେରା ମଧ୍ୟ ଜବତ କରାଯିବ । ଏନେଇ ବାର ମାଲିକଙ୍କୁ ନୋଟିସ ଜାରି କରାଯିବ ବୋଲି କହିଛନ୍ତି ଡିସିପି ଅନୁପ ସାହୁ ।
ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ