ETV Bharat / city

‘ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ବାଭାବିକ ହେଉଛି ବ୍ୟାଙ୍କିଂ ସେବା’ - ବ୍ୟାଙ୍କିଙ୍ଗ ସେବା

ଫନି ଯିବା ପରେ ବ୍ୟାଙ୍କିଂ ସେବା ଏକ ପ୍ରକାର ଠପ୍ ହୋଇଯାଇଥିଲା । ଧିରେ ଧିରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କିଂ ସେବା ସ୍ବାଭାବିକ ହେଉଥିବା କହିଛନ୍ତି ଲୋକ ସମ୍ପର୍କ ସଚିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 15, 2019, 11:15 PM IST

ଭୁବନେଶ୍ବର: ରାଜ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଧିରେଧିରେ ସ୍ୱାଭାବିକ ହେଉଛି ବ୍ୟାଙ୍କିଂ ସେବା । ପୁରୀରେ 81.8 ପ୍ରତିଶତ, ଖୋର୍ଦ୍ଧାରେ 97.72, କଟକରେ 98.98 , ଜଗତସିଂହପୁର 96.34, ଗଞ୍ଜାମରେ 99 ପ୍ରତିଶତ ଶାଖା ସ୍ୱାଭାବିକ ହୋଇଛି ବୋଲି ରାଜ୍ୟ ସରକାର ଯୁକ୍ତି ବାଢ଼ିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗୋଟେ ପଟେ ରାଜ୍ୟ ସରକାର ଯୁକ୍ତି ବାଢୁଥିବା ବେଳେ ଏବେବି ଅନେକ ସମସ୍ୟା ଘେରରେ ଅଛି ବାତ୍ୟା ପ୍ରଭାବିତ ଅଞ୍ଚଳ । ଏବେବି ଅନେକ ସ୍ଥାନରେ ଇଣ୍ଟରନେଟ କାମ କରୁନି । ରାଜଧାନୀ ଭୁବନେଶ୍ୱରରେ ଅଧାରୁ ଅଧିକ ଏଟିଏମ ଅଚଳ । ଲୋକଙ୍କ ସମସ୍ୟା ସୁଧାରିବା ନାଁ ନେଉନି । ପୁରୀ ଜିଲ୍ଲାରେ 25ଟି ମୋବାଇଲ ଏଟିଏମ କାର୍ଯ୍ୟ କରୁଛି । ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର 12ଟି ଓ ଅନ୍ୟବ୍ୟାଙ୍କର 13ଟି ମୋବାଇଲ ଏଟିଏମ କାମ କରୁଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

dfd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.