ETV Bharat / city

Artha Tatwa Chit Fund Scam: EDରେ ହାଜର ହେଲେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ

author img

By

Published : Jun 3, 2022, 12:00 PM IST

Updated : Jun 3, 2022, 1:40 PM IST

ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ ଇଡିରେ ହାଜର ହେଲେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ । ଅଧିକ ପଢନ୍ତୁ

EDରେ ହାଜର ହେଲେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ

ଭୁବନେଶ୍ବର: EDରେ ହାଜର ହେଲେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ । AT ଲିଙ୍କରେ ପ୍ରଭାତଙ୍କୁ ଜେରା । ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ ଇଡି ତାଙ୍କୁ ଜେରା କରୁଛି । ମନି ଲଣ୍ଡରିଂ ଆକ୍ଟ ଆଧାରରେ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଟି ଆକାଉଣ୍ଟରୁ ପ୍ରଭାତଙ୍କ ଆକାଉଣ୍ଟକୁ ହୋଇଥିବା ଟଙ୍କା କାରବାରର ଲିଙ୍କ ଖୋଜୁଛି ଇଡି । ଟଙ୍କା କୁଆଡେ ଗଲା ଓ କେଉଁଠି ଟଙ୍କା ବିନିଯୋଗ ହୋଇଛି ସେ ନେଇ ଛାନଭିନ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଏହି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିଲେ ପୂର୍ବତନ ବାଙ୍କୀ ବିଧାୟକ ।

ଖବର ଅନୁସାରେ, ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍ ମାମଲାରେ ୨୦୧୪ ମସିହା ଅକ୍ଟୋବର ୩୧ ତାରିଖରେ ପ୍ରଭାତ ତ୍ରିପାଠୀଙ୍କୁ ସିବିଆଇ ଗିରଫ କରିଥିଲା । ୨୦୧୫ ମାର୍ଚ୍ଚ ୫ ତାରିଖରେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ। ଗିରଫ ହେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଥିଲେ । କିଛି ଦିନ ପରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଥିଲା ବିଜେଡି।

ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କ ସହ ବାଙ୍କୀ ମହୋତ୍ସବ ପାଇଁ ଟଙ୍କା କାରବାର ନେଇ ସିବିଆଇ ପ୍ରଭାତ ତ୍ରିପାଠୀଙ୍କୁ ଗିରଫ କରିଥିଲା । ସେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡରୁ ୪୨ ଲକ୍ଷ ଟଙ୍କା ନେଇଥିବା ସିବିଆଇ ଅଭିଯୋଗ କରିଥିଲା ।

Last Updated : Jun 3, 2022, 1:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.