ଭୁବନେଶ୍ବର: ଅବସର ପ୍ରାପ୍ତ 76 ବର୍ଷୀୟ ବ୍ୟାଙ୍କ କର୍ମଚାରୀ । ନିଶା ହାତ ତିଆରି ବଂଶୀ । ଏ ହେଉଛନ୍ତି ଭୁବନେଶ୍ବରର ଜଗନ୍ନାଥ ଶତପଥୀ ଓରଫ ଜଗୁ ମଉସା । ବୟସର ଶେଷ ସୋପାନରେ ଜଗୁ ମଉସା କିନ୍ତୁ ହାର ମାନି ନାହାଁନ୍ତି । ଆଜିକୁ ପ୍ରାୟ 25ରୁ 30 ବର୍ଷ ହେବ ସେ ତିଆରି କରୁଛନ୍ତି ବାଉଁଶରେ ଭଳିକି ଭଳି ବଂଶୀ।
ସେ ବଂଶୀ ତିଆରି କାହାଠାରୁ ଶିଖି ନାହାଁନ୍ତି । ବଂର ଜଣେ ବାଦକର ମନ ଓ ସଙ୍ଗୀତର ବିଭିନ୍ନ ସ୍କେଲକୁ ନିଜ ମନ ଭିତରେ ଭାବି ବଂଶୀ ତିଆରି କରିଥାନ୍ତି। ଅନେକ ପ୍ରସିଦ୍ଧ ବଂଶୀ ବାଦକ ତାଙ୍କ ବଂଶୀ କିଣିବା ପାଇଁ ଆସିଥାଆନ୍ତି । 500ରୁ ଆରମ୍ଭ କରି 5000 ଟଙ୍କା ପର୍ଯ୍ୟନ୍ତ ବଂଶୀ ରଖିଛନ୍ତି ନିଜ ପାଖରେ । ବଂଶୀ ତିଆରି ସାଙ୍ଗକୁ ଏହାକୁ ଖୁବ୍ ସୁନ୍ଦର ଭାବରେ ବାଦନ ମଧ୍ୟ କରିଥାଆନ୍ତି ଜଗୁ ମଉସା ।
ଜଣେ କଣ୍ଠଶିଳ୍ପୀର ସଙ୍ଗୀତରେ ଚାରଚନ୍ଦ ଲଗାଇ ଥାଏ ବାଦ୍ୟଯନ୍ତ୍ର । ଆଉ ସଂଗୀତ ପରିବେଷଣରେ ବଂଶୀର ସ୍ଥାନ ସ୍ବତନ୍ତ୍ର । ତେଣୁ ଜଗୁ ମଉସାଙ୍କ ବଂଶୀ ଦିନକୁ ଦିନ ଅଧିକ ଲୋକପ୍ରିୟ ହେବ ନାହା ନିଃସନ୍ଦେହ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ