ETV Bharat / city

ଷ୍ଟ୍ରଙ୍ଗ୍‌ ରୁମରେ ବ୍ଯାଙ୍କ ଡକାୟତି ଗ୍ଯାଙ୍ଗ, ସିସିଟିଭିରେ କଏଦ ଦୃଶ୍ୟ

author img

By

Published : Feb 17, 2021, 8:07 AM IST

ରାଜଧାନୀ ଉପକଣ୍ଠରେ ମାତିଛନ୍ତି ବ୍ୟାଙ୍କ ଲୁଟେରା । ବଡି ଭୋରୁ ବାଲିପାଟଣା ବନମାଳିପୁରରେ ଥିବା ୟୁକୋ ବ୍ୟାଙ୍କରେ ପଶି ଷ୍ଟ୍ରଙ୍ଗ ରୁମ ଭାଙ୍ଗି ଲୁଟ କରିବାକୁ ଉଦ୍ୟମ । ସିସିଟିଭିରେ କଏଦ ହେଲା ଲାଇଭ୍‌ ଚିତ୍ର । ଅଧିକ ପଢନ୍ତୁ...

ଷ୍ଟ୍ରଙ୍ଗ୍‌ ରୁମରେ ବ୍ଯାଙ୍କ ଡକାୟତି ଗ୍ଯାଙ୍ଗ, ସିସିଟିଭିରେ କଏଦ ହେଲା ଲାଇଭ ଚିତ୍ର

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ବ୍ୟାଙ୍କ ଲୁଟେରା । ବାଲିପାଟଣା ବନମାଳିପୁରରେ ବ୍ୟାଙ୍କ ଡକାୟତି ଉଦ୍ୟମ । ମଙ୍ଗଳବାର ଭୋର ସମୟରେ ୟୁକୋ ବ୍ୟାଙ୍କରେ ପଶି ଷ୍ଟ୍ରଙ୍ଗ ରୁମ ଭାଙ୍ଗି ଲୁଟ କରିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ହେଲେ ଷ୍ଟ୍ରଙ୍ଗରୁମ ଭାଙ୍ଗି ନପାରିବାରୁ ଡକାୟତି କରିବାରେ ବିଫଳ ହୋଇଥିବା ଜଣାପଡିଛି । ସେପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ସିସିଟିଭି ଭାଙ୍ଗିବା ସହ ଫାଇଲ ପତ୍ର ଫୋପାଡି ଦେଇଛନ୍ତି ଡକାୟତ ଗ୍ୟାଙ୍ଗ । ସେପଟେ ପୋଲିସ ହାତରେ ଡକାୟତଙ୍କ ସିସିଟିଭି ଚିତ୍ର ହସ୍ତଗତ ହୋଇଛି । ଯାହାକୁ କେନ୍ଦ୍ର କରି ପୋଲିସ ଛାନଭିନ ଜାରି ରଖିଛି। ଏନେଇ ବାଲିପାଟଣା ଥାନା ତଦନ୍ତ କରିବା ସହ ସାଇଣ୍ଟିଫିକ ଟିମ ଜରିଆରେ ଫିଙ୍ଗରପ୍ରିଣ୍ଟ ସଂଗ୍ରହ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.