ଭୁବନେଶ୍ବର: ଆଜିଠୁ 4 ଦିନ ଯାଏଁ ବନ୍ଦ ରହିବ ସମସ୍ତ ବ୍ୟାଙ୍କ । ଚଳିତ ମାସର ଦ୍ବିତୀୟ ଶନିବାର ହୋଇଥିବାରୁ ଆଜି ଓ ଆସନ୍ତକାଲି ରବିବାର ତେଣୁ ବ୍ୟାଙ୍କ ବନ୍ଦ ରହିବ । ଅନ୍ୟପକ୍ଷେ ପରବର୍ତ୍ତୀ 2 ଦିନ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ଧର୍ମଘଟ ଡାକରା ଦେଇଛନ୍ତି ।
ଚଳିତ ମାସ 15 ତାରିଖ ଓ 16 ତାରିଖ ଦୁଇ ଦିନ ଧରି ବ୍ୟାଙ୍କ ୟୁନିୟନ ଧର୍ମଘଟ ଡାକରା ଦେଇଛନ୍ତି । ଏପର୍ଯ୍ୟନ୍ତ ଧର୍ମଘଟ ପ୍ରତ୍ୟାହାର ହେବାର ନିଷ୍ପତ୍ତି ନିଆଯାଇ ନାହିଁ । ଯଦି ନିର୍ଦ୍ଧାରିତ ତାରିଖରେ ଧର୍ମଘଟ ହୁଏ ତେବେ ଲଗାତାର ବ୍ୟାଙ୍କ 4 ଦିନ ପାଇଁ ବନ୍ଦ ରହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ