ETV Bharat / city

୧୮ବର୍ଷରୁ କମ ଛାତ୍ରଛାତ୍ରୀଙ୍କୁ ଗାଡି ଚଳାଇବା ମନା, ଡିଏଚଏସଇର ନିର୍ଦ୍ଦେଶନାମା ଜାରି - ସ୍କୁଲ ପିଲାଙ୍କୁ ବାଇକ ଚଳାଇବା ମନା

ଉଚ୍ଚ ମାଧ୍ୟମିକ ସ୍ତରରେ ପାଠ ପଢୁଥିବା 18 ବର୍ଷରୁ କମ ଛାତ୍ରଛାତ୍ରୀଙ୍କୁ ବାଇକ ଚଢିବା ମନା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ କଲେଜ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢ଼ନ୍ତୁ..

bhubaneswar
୧୮ବର୍ଷରୁ କମ ଛାତ୍ରଛାତ୍ରୀଙ୍କୁ ଗାଡି ଚଳାଇବା ମନା
author img

By

Published : Dec 25, 2019, 12:50 PM IST

Updated : Dec 25, 2019, 6:55 PM IST

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ସ୍ତରରେ ପାଠ ପଢୁଥିବା 18 ବର୍ଷରୁ କମ ଛାତ୍ରଛାତ୍ରୀଙ୍କୁ ବାଇକ ଚଢିବା ମନା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ କଲେଜ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସଡକ ସୁରକ୍ଷା ପରିଷଦ ବୈଠକ ପରେ ଡିଏଚଏସଇ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ପିଲାଙ୍କ ବାଇକ ଚଢି଼ବା ନେଇ ପୂର୍ବରୁ ଥିବା କଟକଣାକୁ ଆହୁରି କଡ଼ାକଡ଼ି କରାଯିବା ନେଇ ସୂଚନା ରହିଛି । ଅଭିଭାବକ ମାନେ ଏନେଇ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।

bhubaneswar
୧୮ବର୍ଷରୁ କମ ଛାତ୍ରଛାତ୍ରୀଙ୍କୁ ଗାଡି ଚଳାଇବା ମନା

ଡିଏଚଏସଇ ଦ୍ବାରା ୧୮ ବର୍ଷରୁ କମ ତଥା ଯୁକ୍ତ ୨ ପର୍ଯ୍ୟନ୍ତ ଶିକ୍ଷା‌ ଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ଗାଡ଼ି ଚଲାଇବାକୁ ବେଆଇନ ଘୋଷଣା କରାଯାଇଛି । ସେଥିପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବସର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି । ଏହା ସହ ତିନି ଚକିଆ ଯାନ ଯଥା -ଅଟୋ ଆଦିରେ ଧାର୍ଯ୍ୟ ସଂଖ୍ୟା ଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେବାଆଣିବା କରାଯାଇପାରିବ ନାହିଁ। ଯଦି କୌଣସି ଛାତ୍ରଛାତ୍ରୀ ଗାଡ଼ି ଚଲାଇବା ସମୟରେ ଧରାପଡ଼ନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗାଡ଼ି ମାଲିକଙ୍କ ସମେତ ସମ୍ପୃକ୍ତ ଛାତ୍ରଙ୍କୁ ଜୋରିମାନା ଭରିବାକୁ ପଡ଼ିବ।

ନୂତନ ମୋଟରଯାନ ଆଇନ ଆସିବା ପରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀ ଯେପରି ଦୁର୍ଘଟଣାର ଶିକାର ନ ହୁଅନ୍ତି ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯିବା ସହ ପିଲା ଓ ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟିକୁ ପ୍ରାଥମିକତା ଦିଆଯାଇଛି। ୩ ଚକିଆ ଯାନ ତଥା ଅଟୋରେ ଯାଉଥିବା ଛାତ୍ରଛାତ୍ରୀ ବହୁ ସମୟରେ ଦୁର୍ଘଟଣାର ଶିକାର ହୁଅନ୍ତି। ତେଣୁ ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ନିୟମ ଅନୁଯାୟୀ ଯେପରି ଅଧିକ ଛାତ୍ରଛାତ୍ରୀ ଗାଡ଼ିରେ ନ ଯାଆନ୍ତି, ତାହାକୁ ସୁନିଶ୍ଚିତ କରିବାକୁ ଅଧ୍ୟକ୍ଷଙ୍କୁ ନି‌ର୍ଦ୍ଦେଶ ଦିଆଯାଇଛି।

କମିଟିର ନିଷ୍ପତ୍ତି ଅନୁଯାୟୀ, ସ୍ବତନ୍ତ୍ର ସ୍କ୍ବାର୍ଡ ପକ୍ଷରୁ ସ୍କୁଲ ବସଗୁଡ଼ିକ ଉପରେ ଚଢ଼ାଉ କରାଯାଇ ଯାଞ୍ଚ ହେବ। ଏପରିକି ରାଜ୍ୟର 146ଟି ସ୍କୁଲ ବସର ଫିଟନେସ ସାର୍ଟିଫିକେଟ ନାହିଁ । ଓଭରଲୋଡିଂ ଓ ଫିଟନେସକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପ୍ରମାଣ ପତ୍ର ନଥିଲେ ବସ୍‌ଗୁଡ଼ିକର ପଞ୍ଜିକରଣ ପ୍ରମାଣପତ୍ର ବାତିଲ୍‌ କରିବାକୁ ଆରଟିଓମାନଙ୍କୁ କୁହାଯାଇଛି। ବସ ହେଉ କି ତିନି ଚକିଆ ଯାନ, ସବୁ ଗାଡ଼ିର ଉଭୟ ପାର୍ଶ୍ବରେ କେତେ ଛାତ୍ରଛାତ୍ରୀ ଯାଇପାରିବେ ସେନେଇ ଉଲ୍ଲେଖ ରହିବ। ଯଦି କୌଣସି ସ୍କୁଲ ବସ୍‌ କିମ୍ବା ଅଟୋ ଧାର୍ଯ୍ୟଠାରୁ ଅଧିକ ଛାତ୍ରଛାତ୍ରୀ ନେଉଥିବା ବେଳେ ଧରାପଡ଼ନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଭୁବନେଶ୍ବରରୁ ତପନ ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ବାଇକ୍‌ ଚଢ଼ିବା ବାରଣ କରାଯାଇଛି । ୧୮ ବର୍ଷରୁ କମ୍ ତଥା ଯୁକ୍ତ୨ ପର୍ଯ୍ୟନ୍ତ ଶିକ୍ଷା‌ ଲାଭ କରୁଥିବା ପିଲାମାନେ ଗାଡ଼ି ଚଲାଇବେ ନାହିଁ। ଯଦି କୌଣସି ଛାତ୍ରଛାତ୍ରୀ ଗାଡ଼ି ଚଲାଇବା ସମୟରେ ଧରାପଡ଼ନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଗାଡ଼ି ମାଲିକଙ୍କ ସମେତ ସମ୍ପୃକ୍ତ ଛାତ୍ରଙ୍କୁ ଜରିମାନା ଭରିବାକୁ ପଡ଼ିବ। Body:ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ।ଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ସରକାରୀ ସମେତ ଘରୋଇ ବିଦ୍ୟାଳୟଗୁଡ଼ିକ ନିୟମ ପାଳନ କରିବାକୁ କୁହାଯାଇଛି।
Conclusion:ନୂତନ ମୋଟରଯାନ ଆଇନ ଆସିବା ପରେ ରାଜ୍ୟ ସରକାର କଡ଼ା ଅଭିମୁଖ୍ୟ ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀ ଯେପରି ଦୁର୍ଘଟଣାର ଶିକାର ନ ହୁଅନ୍ତି ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯିବା ସହ ପିଲା ଓ ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟିକୁ ପ୍ରାଥମିକତା ଦିଆଯାଇଛି।
। ୩ ଚକିଆ ଯାନ ତଥା ଅଟୋରେ ଯାଉଥିବା ଛାତ୍ରଛାତ୍ରୀ ବହୁ ସମୟରେ ଦୁର୍ଘଟଣାର ଶିକାର ହୁଅନ୍ତି। ତେଣୁ ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ନିୟମ ଅନୁଯାୟୀ ଯେପରି ଅଧିକ ଛାତ୍ରଛାତ୍ରୀ ଗାଡ଼ିରେ ନ ଯାଆନ୍ତି ତାହାକୁ ସୁନିଶ୍ଚିତ କରିବା ଦିଗରେ ଅଧ୍ୟକ୍ଷମାନେ ଗୁରୁତ୍ବ ଦେବାକୁ ନି‌ର୍ଦେଶ ଦିଆଯାଇଛି। ଆହୁରି କୁହାଯାଇଛି ଯେ ସ୍ବତନ୍ତ୍ର ସ୍କ୍ବାଡ୍‌ ପକ୍ଷରୁ ସ୍କୁଲ ବସ୍‌ଗୁଡ଼ିକ ଉପରେ ଚଢ଼ାଉ କରାଯାଇ ଯାଞ୍ଚ ହେବ। ରାଜ୍ୟର ୧୪୬ଟି ସ୍କୁଲ ବସ୍‌ର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନାହିଁ। ତେଣୁ କମିଟିର ନିଷ୍ପତ୍ତି ଅନୁଯାୟୀ ଉକ୍ତ ବସ୍‌ଗୁଡ଼ିକର ପଞ୍ଜିକରଣ ପ୍ରମାଣପତ୍ର ବାତିଲ୍‌ କରିବାକୁ ଆରଟିଓମାନଙ୍କୁ କୁହାଯାଇଛି। ବସ୍‌ ହେଉ କି ତିନି ଚକିଆ ଯାନ, ସବୁ ଗାଡ଼ିର ଉଭୟ ପାର୍ଶ୍ବରେ କେତେ ଛାତ୍ରଛାତ୍ରୀ ଯାଇପାରିବେ ସେନେଇ ଉଲ୍ଲେଖ ରହିବ। ଯଦି କୌଣସି ସ୍କୁଲ ବସ୍‌ କିମ୍ବା ଅଟୋ ଧାର୍ଯ୍ୟଠାରୁ ଅଧିକ ଛାତ୍ରଛାତ୍ରୀ ନେଉଥିବା ବେଳେ ଧରାପଡ଼ନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

Last Updated : Dec 25, 2019, 6:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.