ETV Bharat / city

ପ୍ରତିଶ୍ରୁତି ରଖିଲେ ବାଲେଶ୍ଵର ସାଂସଦ: ଦିବ୍ୟାଙ୍ଗଙ୍କୁ କଲେ ସହାୟତା

ନେତାଏ ପ୍ରତିଶ୍ରୁତି ଦିଅନ୍ତି । ପୂରଣ କରିବାବେଳେ କର ଛଡା ଦିଅନ୍ତି । ଏମିତି ଅନେକ ଉଦାହରଣ ରହିଛି । କିନ୍ତୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହି ମାମଲାରେ ଟିକିଏ ଭିନ୍ନ । ଅଧିକ ପଢ଼ନ୍ତୁ...

ପ୍ରତିଶ୍ରୁତି ରଖିଲେ ବାଲେଶ୍ଵର ସାଂସଦ; ଦିବ୍ୟାଙ୍ଗଙ୍କୁ କଲେ ସହାୟତା

author img

By

Published : Jul 15, 2021, 9:52 PM IST

ଭୁବନେଶ୍ବର: ନେତାଏ ପ୍ରତିଶ୍ରୁତି ଦିଅନ୍ତି । ପୂରଣ କରିବା ବେଳେ କଡ଼ ଛଡା ଦିଅନ୍ତି । ଏମିତି ଅନେକ ଉଦାହରଣ ରହିଛି । କିନ୍ତୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହି ମାମଲାରେ ଟିକିଏ ଭିନ୍ନ । ମନ୍ତ୍ରୀ ଥିବାବେଳେ ଜଣେ ଦିବ୍ୟାଙ୍ଗଙ୍କୁ ସହାୟତା କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏବେ ମନ୍ତ୍ରୀପଦ ଯିବା ପରେ ମଧ୍ୟ ନିଜ ପ୍ରତିଶ୍ରୁତି ପୂରଣ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ । ବାଲେଶ୍ଵର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରୁଆଁ ଗ୍ରାମର ବିଜୁ ମହାରଣା । ଏକ ଦୁର୍ଘଟଣାରେ ଦୁଇଟି ହାତ ଓ ଗୋଡ ହରାଇଥିଲେ ବିଜୁ । ଶାରୀରିକ ଅକ୍ଷମ ହୋଇ ଅସହାୟ ହୋଇପଡିଥିଲେ ସେ । ପରିବାରରେ ବିଜୁ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ପରିବାରର ପେଟ କିଭଳି ପାଳିବେ, ସେହି ଚିନ୍ତାରେ ପଡ଼ିଥିଲେ ।

ପ୍ରତିଶ୍ରୁତି ରଖିଲେ ବାଲେଶ୍ଵର ସାଂସଦ; ଦିବ୍ୟାଙ୍ଗଙ୍କୁ କଲେ ସହାୟତା
ଏ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ବିଜୁଙ୍କ ବାବଦରେ ସୂଚନା ପାଇବା ପରେ ମାସକ ତଳେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ତାଙ୍କ ଘରକୁ ଯାଇଥିଲେ । ବିଜୁଙ୍କୁ ଭେଟି ଚିକିତ୍ସା ଓ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଭବିଷ୍ୟତରେ କିପରି ରୋଜଗାର କ୍ଷମ ହୋଇପାରିବେ ସେ ନେଇ ପଦକ୍ଷେପ ନେବେ ବୋଲି ପ୍ରତାପ ପ୍ରତିଶ୍ରୁତି ଦେଇଥିଲେ ।ଗତକାଲି(ବୁଧବାର) ଦିଲ୍ଲୀରୁ ଫେରିବା ପରେ ଆଜି(ଗୁରୁବାର) ବିଜୁଙ୍କ ଘରେ ପହଁଞ୍ଚିଥିଲେ ପ୍ରତାପ । ଆତ୍ମନିର୍ଭରଶୀଳ ହୋଇ ସମ୍ମାନର ସହିତ ବଞ୍ଚିବା ପାଇଁ ବିଜୁଙ୍କୁ ଏକ ଜେରକ୍ସ ମେସିନ ଉପହାର ଦେଇଛନ୍ତି ପ୍ରତାପ । ପ୍ରତିଶ୍ରୁତି ମୁତାବକ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ନିଜେ ବିରୁଆଁ ଗାଁକୁ ଯାଇ ଜେରକ୍ସ ମେସିନ ବିଜୁଙ୍କୁ ପ୍ରଦାନ କରିଛନ୍ତି । ପ୍ରତାପଙ୍କ ବଦାନ୍ୟତା ପାଇଁ ବିଜୁ ଓ ତାଙ୍କ ପରିବାର ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.