ETV Bharat / city

ବାଲେଶ୍ବର ସଦର ଓ ତିର୍ତ୍ତୋଲ ପାଇଁ ଚାଲିଛି 3 ଦଳର ପ୍ରାର୍ଥୀ ଖୋଜା କସରତ

author img

By

Published : Sep 5, 2020, 7:31 PM IST

ନଭେମ୍ବର ୨୯ ପୂର୍ବରୁ ଶେଷ ହେବ ଉପନିର୍ବାଚନ । ନିର୍ବାଚନ କମିଶନଙ୍କ ଏଭଳି ସିଗନାଲ ପରେ ଜୋରଦାର ହୋଇଛି ପ୍ରାର୍ଥୀ ଖୋଜା କସରତ । ଅଧିକ ପଢନ୍ତୁ...

ବାଲେଶ୍ବର ଓ ତିର୍ତ୍ତୋଲ ପାଇଁ ଚାଲିଛି 3 ଦଳ ପ୍ରାର୍ଥୀ ଖୋଜା କସରତ

ଭୁବନେଶ୍ବର: ନଭେମ୍ବର ୨୯ ପୂର୍ବରୁ ଶେଷ ହେବ ଉପନିର୍ବାଚନ । ନିର୍ବାଚନ କମିଶନଙ୍କ ଏଭଳି ସିଗନାଲ ପରେ ଜୋରଦାର ହୋଇଛି ପ୍ରାର୍ଥୀ ଖୋଜା କସରତ । କଂଗ୍ରେସର ତିର୍ତ୍ତୋଲ ପାଇଁ ପ୍ରାର୍ଥୀ ଚୁଡାନ୍ତ ପର୍ଯ୍ୟାୟରେ ଥିବାବେଳେ ବାଲେଶ୍ବର ସଦର ପାଇଁ ଚର୍ଚ୍ଚାରେ ଥିବା ନବଜ୍ୟୋତି ପଟ୍ଟନାୟକ ଆଗ୍ରହୀ ନଥିବା କହିଛନ୍ତି । ବାଲେଶ୍ଵର ସଦର ପାଇଁ ଦାୟିତ୍ବରେ ଥିବା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ବୟାନରୁ ଏଭଳି କିଛି ଆଭାସ ମିଳିଛି । କଂଗ୍ରେସରୁ ମାନବ ଦାସ ପଟ୍ଟନାୟକ ଓ ସଞ୍ଜୀବ ଗୀରି ଆଶାୟୀ ଅଛନ୍ତି ।

ସେପଟେ ବିଜେପି-ବିଜେଡି ବି ଦୁଇ ଆସନ ହାତେଇବା ଲକ୍ଷ୍ୟରେ ଆରମ୍ଭ କଲେଣି ପ୍ରସ୍ତୁତି । ବିଜେପି ପକ୍ଷରୁ ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁ ଲଢିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସ୍ୱର୍ଗତ ବିଧାୟକଙ୍କ ପୁଅ ମାନସ ଦତ୍ତଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ଅନ୍ୟପଟେ ବିଜେଡି ପକ୍ଷରୁ ପ୍ରାର୍ଥୀତ୍ବ ନେଇ ସ୍ପଷ୍ଟ କରାଯାଇ ନଥିବାବେଳେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ଓ ଜୀବନ ପ୍ରଦୀପ ଦାସଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ତିର୍ତ୍ତୋଲ କଂଗ୍ରେସ ପାଇଁ ପ୍ରାର୍ଥୀ ଚୁଡାନ୍ତ ହୋଇଥିବା କହିଛନ୍ତି ତାରା । ସେହିଭଳି ବିଜେପି ପ୍ରାର୍ଥୀତ୍ବ ପାଇଁ ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇଙ୍କ ନାମ ଚର୍ଚ୍ଚାରେ ରହିଛି । ବିଜେଡି ପ୍ରାର୍ଥୀ ପାଇଁ ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ନାମ ଆଗରେ ରହିଛି । ସେହିଭଳି ବିଭୁ ତରାଇ ବିଜେପି ପକ୍ଷରୁ ଜଗତସିଂହପୁର ଲୋକସଭା କ୍ଷେତ୍ରରୁ ଲଢି ପରାସ୍ତ ହୋଇଥିବାବେଳେ ତିର୍ତ୍ତୋଲ ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ଭାବେ ତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ତେବେ ବିଜେଡି କହିଛି ଅତୀତରେ ସବୁ ନିର୍ବାଚନରେ ପ୍ରମାଣିତ ହୋଇସାରିଛି, ପ୍ରତି ମୁହୂର୍ତ୍ତରେ ଯଦି ପରିବେଶ ଠିକ ଥାଏ ବିଜୁ ଜନତା ଦଳ ପ୍ରସ୍ତୁତ ନିର୍ବାଚନ ସାମ୍ନା କରିବା ପାଇଁ । ଆଉ ଏହାର ଏକମାତ୍ର କାରଣ ବିଜୁ ଜନତା ଦଳ ଜନସାଧାରଣ ସହ ଅଛି । ଅତୀତରେ ଯେଉଁ ନିର୍ବାଚନ ମଣ୍ଡଳୀରେ ଯିଏ ଥିଲେ ପରବର୍ତ୍ତୀ ସମୟରେ ସିଏ ଅଛନ୍ତି କି ? ଆଶା ଦୁଇଟି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ହାତେଇବ । ଅନ୍ୟପଟେ ଦୁଇଟି ଆସନ ପାଇଁ ଦଳ ପ୍ରାର୍ଥୀ ଚୟନ କାର୍ଯ୍ୟ ଆରମ୍ଭ କରି ସାରିଥିବା ବେଳେ ଖୁବ ଶୀଘ୍ର ଦଳ ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛି ବିଜେପି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.