ETV Bharat / city

ପ୍ରେମୀ ଯୁଗଳଙ୍କ ପାଇଁ ଖୁସି ଖବର, ଭାଲେଣ୍ଟାଇନ୍ ଡେ'ରେ ବିରୋଧ କରିବନି ବଜରଙ୍ଗ ଦଳ

ପ୍ରେମୀ ଯୁଗଳଙ୍କ ପାଇଁ ଖୁସି ଖବର । ଏଥର ଭାଲେଣ୍ଟାଇନ ଡେ'ରେ ବିରୋଧ କରିବ ନାହିଁ ବଜରଙ୍ଗ ଦଳ

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ୱର
author img

By

Published : Feb 12, 2019, 10:15 PM IST

ଭୁବନେଶ୍ୱର: ପ୍ରେମୀ ଯୁଗଳଙ୍କ ପାଇଁ ଖୁସି ଖବର । ଏଥର ଭାଲେଣ୍ଟାଇନ ଡେ'ରେ ବିରୋଧ କରିବ ନାହିଁ ବଜରଙ୍ଗ ଦଳ । ପୂର୍ବରୁ ବଜରଙ୍ଗ ଦଳ ଭାଲେଣ୍ଟାଇନ୍ ଡେ'ରେ ବିଭିନ୍ନ ପାର୍କ, ସପିଂମଲମାନଙ୍କରେ ବିରୋଧ କରୁଥିବା ଦେଖିବାକୁ ମିଳୁଥିଲା ।

ପାଶ୍ଚାତ୍ୟ ପରମ୍ପରା ଭାଲେଣ୍ଟାଇନ ଡେ'କୁ ଯେଭଳି ବିରୋଧ କରାଯାଉଥିଲା, ସେଭଳି କୌଣସି ହିସାଂତ୍ମକ କାର୍ଯ୍ୟ କରିବ ନାହିଁ ବୋଲି ବଜରଙ୍ଗ ଦଳ ନିଷ୍ପତ୍ତି ନେଇଛି । ଏନେଇ କେନ୍ଦ୍ରୀୟ ବଜରଙ୍ଗ ଦଳ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ରାଜ୍ୟ ବଜରଙ୍ଗ ଦଳ କୋଡିନେଟର ଦେବାଶିଷ ରାଉତ ।

ଏଭଳି ବିରୋଧ ଓ ହିଂସାତ୍ମକ କାର୍ଯ୍ୟ ଦ୍ଵାରା ବଜରଙ୍ଗ ଦଳର ଛବି ଖରାପ ହେଉଛି ବୋଲି ସେ କହିଛନ୍ତି । ଏହାସହ ଅପସଂସ୍କୃତି, ଅଶ୍ଳୀଳତା ଏବଂ ନଗ୍ନତାକୁ ଗୋଟିଏ ଦିନ ବିରୋଧ କଲେ ଏହା ସମାପ୍ତ ହେବ ନାହିଁ । ଏଥିପାଇଁ ନିରନ୍ତର ସଚେତନତା ଆବଶ୍ୟକ ବୋଲି କହିଛନ୍ତି । କେବଳ ଭାଲେଣ୍ଟାଇନ୍ ଡେ ନୁହେଁ, ବଡଦିନ ପାଶ୍ଚାତ୍ୟ ପରମ୍ପରାକୁ ପାଳନ ନ କରିବାକୁ ବଜରଙ୍ଗ ଦଳ ସଚେତନ କରିବ ବୋଲି ସେ କହିଛନ୍ତି ।

ଭୁବନେଶ୍ୱରରୁ ତପନ ଦାସ, ଇଟିଭି ଭାରତ

Intro:Body:

test ......

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.