ସୁନ୍ଦରଗଡ: ଦିଲ୍ଲୀ ରିଙ୍କୁ ଶର୍ମା ହତ୍ୟାକାଣ୍ଡ ଘଟଣାର ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ ଦୋଷୀଙ୍କୁ ଫାଶୀଦଣ୍ଡ ଦେବା ଦାବିରେ ରାଉରକେଲା ବଜରଙ୍ଗ ଦଳର ବିକ୍ଷୋଭ ପ୍ରଦର୍ଶନ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିଛି ବଜରଙ୍ଗଦଳ ।
ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ କରିବାକୁ ଯାଇ ରିଙ୍କୁ ଜୀବନ ହାରିଛି । ଭିନ୍ନ ସଂପ୍ରଦାୟର(ମୁସଲିମ) ଲୋକଙ୍କ ସମ୍ମୁଖରେ ରାମଧ୍ୱନୀ ଦେବାରୁ ତାଙ୍କୁ ଟାର୍ଗେଟ କରି ଘରେ ପଶି ହତ୍ୟା କରାଯାଇଛି ବୋଲି ରାଉରକେଲା ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରହରୀ ଶଙ୍କର ବର୍ମା କହିଛନ୍ତି । ଦୋଷୀଙ୍କୁ ତୁରନ୍ତ ଫାଶୀଦଣ୍ଡ ଦେବା ଦାବି ନେଇ ଆଜି(ରବିବାର) ବଜରଙ୍ଗ ଦଳ ଏକ ବିକ୍ଷୋଭ ରାଲିରେ ଆସି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିଛି । ଯଦି ଦୋଷୀକୁ ତୁରନ୍ତ ଦଣ୍ଡ ନ ଦିଅନ୍ତି ଏହି ଆନ୍ଦୋଳନ ବିସ୍ଫୋରକ ରୂପ ନେବ ବୋଲି ବିଶ୍ୱ ହିନ୍ଦୁ ପରିଷଦ କହିଛି । ଗତ 10 ତାରିଖରେ ରିଙ୍କୁକୁ ତାଙ୍କ ଘରେ ପଶି ଭୁଜାଲିରେ ହତ୍ୟା କରାଯାଇଛି ବୋଲି ବିଶ୍ୱ ହିନ୍ଦୁ ପରିଷଦ ଅଭିଯୋଗ କରିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ