ETV Bharat / city

ବାହାରିନରେ ଉତ୍ସାହ, ଉଦ୍ଦୀପନାର ସହ ବାହୁଡା ଯାତ୍ରା

author img

By

Published : Jul 21, 2021, 5:40 PM IST

ଇସଲାମିକ ରାଷ୍ଟ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ସମ୍ପନ୍ନ । ଓଡ଼ିଆ ସମାଜ ଓ ଇସ୍କନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଶ୍ରୀମନ୍ଦିର ନୀତିକାନ୍ତି ଅନୁସରଣ କରି ପାଳିତ ହୋଇଛି ମହାବାହୁଙ୍କ ବାହୁଡ଼ା ଉତ୍ସବ । ଅଧିକ ପଢ଼ନ୍ତୁ...

Bahuda Yatra of sri jagannath, bahuda yatra in Bahrain, bahuda yatra celebrated in islamic country Bahrain, islamic country Bahrain, ବାହାରିନରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା, ଓଡ଼ିଆ ସମାଜ ପ୍ରତିଷ୍ଠାତା, ବାହାରିନ
ବାହାରିନରେ ଉତ୍ସାହ, ଉଦ୍ଦୀପନାର ସହ ବାହୁଡା ଯାତ୍ରା ପାଳିତ

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ବାହୁଡା ଯାତ୍ରା ବିଦେଶରେ ମଧ୍ୟ ପାଳନ ହୋଇଛି । ଓଡ଼ିଆ ସମାଜ ଓ ଇସ୍କନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ବାହାରିନରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଘୋଷଯାତ୍ରା ପରେ ବାହାରିନରେ ବାହୁଡ଼ା ଯାତ୍ରା ମଧ୍ୟ ଉତ୍ସାହ, ଉଦ୍ଦୀପନା ସହ ପାଳିତ ହୋଇଥିବା ସ୍ଥାନୀୟ ଓଡ଼ିଆ ସମାଜ ପକ୍ଷରୁ କୁହାଯାଇଛି ।

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ବାହାରିନରେ ଅନୁଷ୍ଠିତ ହୋଇଛି । ପୁରୀ ବ୍ୟତୀତ ରାଜ୍ୟରେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ପାଇଁ ଅନୁମତି ନଥିବାରୁ ଜଗନ୍ନାଥ ପ୍ରେମୀଙ୍କ ମନରେ ଅସରନ୍ତି ଦୁଃଖ ଥିଲା । କିନ୍ତୁ ଲୀଳାମୟଙ୍କ ନବଦିନାତ୍ମକ ଯାତ୍ରା ପାଇଁ ବାହରିନ ପରି ଇସଲାମୀୟ ରାଷ୍ଟ୍ରରେ ସ୍ଥାନୀୟ ପ୍ରଶାସନ ଅନୁମତି ପ୍ରଦାନ କରିଥିଲେ ।

ବାହରିନରେ ଥିବା ଓଡ଼ିଆଙ୍କ ସମେତ ସମଗ୍ର ଜଗନ୍ନାଥ ପ୍ରେମୀ ଏହାକୁ ଆନନ୍ଦର ସହ ପାଳନ କରିଛନ୍ତି । ଇସ୍କନ ମନ୍ଦିର ଓ ବାହରିନ ଓଡ଼ିଆ ସମାଜ ମିଳିତ ଆନୁକୂଲ୍ୟରେ କୋଭିଡ ନିୟମ ଅନୁପାଳନ ସହିତ ମହାପ୍ରଭୁଙ୍କ ଘୋଷଯାତ୍ରା ସହ ବାହୁଡ଼ା ଯାତ୍ରା ବିଧି ପୂର୍ବକ ଅନୁଷ୍ଠିତ ହୋଇଛି ।

ଇସ୍କନ ମନ୍ଦିର ଅଧ୍ୟକ୍ଷ ବର୍ଦ୍ଧରାଜନ ପ୍ରଭୁ, ବାହାରିନରେ ଅବସ୍ଥାପିତ ଭାରତ ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବ, ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ, ଅନ୍ୟ ବ୍ୟକ୍ତିବିଶେଷ, ଓଡ଼ିଆ ସମାଜର ସଦସ୍ୟ, ଇସ୍କନର କର୍ମକର୍ତ୍ତାଙ୍କ ଉପସ୍ଥିତରେ ବାହୁଡ଼ା ଯାତ୍ରା ଶେଷ ହୋଇଛି । ଶ୍ରୀକ୍ଷେତ୍ର ସମୟ ଓ ନୀତିକାନ୍ତିକୁ ଅନୁସରଣ କରି ଏହି ବାହୁଡା ଯାତ୍ରା ପାଳନ ହୋଇଛି । ଏନେଇ ଓଡ଼ିଆ ସମାଜ ବାହରିନ ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଡ. ଅରୁଣ ପ୍ରହରାଜ ଖୁସି ବ୍ୟକ୍ତ କରିଛନ୍ତି । ଏହା ସହ ସେ ବାହରିନ ସରକାର, ଓଡ଼ିଆ ସମାଜ ସଭ୍ୟ ଓ ଇସ୍କନ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.