ଭୁବନେଶ୍ବର: ଇସ୍କନ ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର । ନବଦିନାତ୍ମକ ଯାତ୍ରା ସାରି ମାଉସୀମାଙ୍କୁ ବିଦାୟ ଦେଇ ପ୍ରବଳ ବର୍ଷାରେ ଫେରିଲେ ନିଜ ମନ୍ଦିରକୁ । ତିନି ରଥକୁ ଭକ୍ତିର ସହ ଟାଣି ନେଉଛନ୍ତି ହଜାର ହଜାର ଭକ୍ତ ।
ଅପରାହ୍ନ ୩ ଟାରେ ଭୁବନେଶ୍ବର କଟକ ଦୈତ ନଗର କମିଶନର ସତ୍ୟଜିତ ମହାନ୍ତି ଓ ବିଧାୟକ ଅନନ୍ତ ନାରାୟଣ ଜେନା ୩ ରଥରେ ନଡ଼ିଆ ବାଡେଇଥିଲେ । ଏହା ପରେ ଗୁରୁ ଭକ୍ତି ଗୌର ନାରାୟଣ ସ୍ବାମୀ ମହାରାଜ ୩ ରଥରେ ଛେରା ପହଁରା ସରିବା ପରେ ୪ ଟାରେ ରଥଟଣା ଆରମ୍ଭ ହୋଇଥିଲା । ଭୀଷଣ ବର୍ଷାରେ ପ୍ରଥମେ ବଡ ଭାଇ ବଳଭଦ୍ରଙ୍କ ରଥକୁ ଭକ୍ତ , ପୋଲିସ ପ୍ରଶାସନ ଓ ଇସ୍କନ ଭକ୍ତମାନେ ଟାଣି ଟାଣି ନେଇଥିଲେ । ମହିଳା ଶ୍ରଦ୍ଧାଳୁମାନେ ସୁଭଦ୍ରାଙ୍କ ରଥକୁ ଟାଣି ନେଲାପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଟାଣି ଟାଣି ଲକ୍ଷାଧିକ ଭକ୍ତ ଇସ୍କନ ମନ୍ଦିର ଅଭିମୁଖେ ନେଇଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ