ETV Bharat / state

ଆଜି ଶ୍ରୀକ୍ଷେତ୍ରରେ ଦୀପାବଳି, ପିତୃ ପୁରୁଷଙ୍କୁ ପୟା ଶ୍ରାଦ୍ଧ, ବଡ଼ ବଡୁଆ ଡାକ - PURI SRIMANDIR DIWALI

ପଞ୍ଜିକା ଅନୁଯାୟୀ ଆଜି ପୁରୀ ଶ୍ରୀମନ୍ଦିରରେ ପାଳନ ହେଉଛି ଦୀପାବଳି । ପିତୃ ପୁରୁଷଙ୍କୁ ପୟା ଶ୍ରାଦ୍ଧ ସହିତ ବଡ ବଡୁଆ ଡାକିବା ପାଇଁ ଭକ୍ତଙ୍କ ଭିଡ ।

Diwali celebration in sri mandir
Diwali celebration in sri mandir (ETV BHARAT ODISHA)
author img

By ETV Bharat Odisha Team

Published : Nov 1, 2024, 12:08 PM IST

ପୁରୀ: ଆଜି ପୁରୀ ଶ୍ରୀକ୍ଷେତ୍ରରେ ପାଳନ ହେଉଛି ଦୀପାବଳି ଉତ୍ସବ । ପୟା ଶ୍ରାଦ୍ଧ ସହିତ ବଡ ବଡୁଆ ଡାକିବା ପାଇଁ ସକାଳୁ ସକାଳୁ ପୁରୀକୁ ଶହ ଶହ ଭକ୍ତଙ୍କ ସମାଗମ ହୋଇଛି । ବଡ଼ ବଡୁଆ ଡାକ ପାଇଁ ସିଂହଦ୍ଵାର ନିକଟରେ ପୋଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ବଡଦାଣ୍ଡରେ ଭିଡ ନିୟନ୍ତ୍ରଣ ପାଇଁ 26 ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଅଘଟଣକୁ ରୋକିବା ପାଇଁ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି ।

ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼:

ଆଜି ଶ୍ରୀମନ୍ଦିର ଅନୁମୋଦିତ ପାଞ୍ଜି ଅନୁଯାୟୀ ଅମାବାସ୍ୟା ତିଥି ଥିବାରୁ ଅମାବାସ୍ୟା ନୀତି ଅନୁଷ୍ଠିତ ହେଉଛି । ଏଣୁ ନିଜ ପିତୃ ପୁରୁଷଙ୍କୁ ପୟା ଶ୍ରାଦ୍ଧ ଦେବା ଓ ବଡବଡ଼ୁଆ ଡାକିବା ପାଇଁ ଶ୍ରୀକ୍ଷେତ୍ରରରେ ସକାଳୁ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ ହେଇଛି । ଚଳିତ ବର୍ଷ ଦୀପାବଳି ଓ ପୟା ଶ୍ରାଦ୍ଧକୁ ନେଇ ଦ୍ଵନ୍ଦ ଦେଖା ଦେଇଥିଲା। ଅନେକ କ୍ୟାଲେଣ୍ଡର ଅକ୍ଟୋବର 31 ତାରିଖରେ ଦୀପାବଳି ପାଳନ ନେଇ ସୂଚନା ଥିଲା । ଶ୍ରୀମନ୍ଦିର ପ୍ରଶାସନ ଅନୁମୋଦିତ ପାଞ୍ଜିରେ କିନ୍ତୁ ନଭେମ୍ବର 1 ତାରିଖରେ ଦୀପାବଳି, ପୟା ଶ୍ରାଦ୍ଧ, ବଡ ବଡୁଆ ନେଇ ସୂଚନା ଥିଲା। ତେବେ କେତେକ ଭକ୍ତ ଏଥି ପାଇଁ ବିଭ୍ରାନ୍ତ ହୋଇଥିଲେ ।

DIWALI CELEBRATION IN SRI MANDIR (ETV BHARAT ODISHA)
କାହିଁକି ଡକାଯାଏ ବଡ ବଡ଼ୁଆ ?ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଶରତ ମହାନ୍ତି କହିଛନ୍ତି, '' ବଡ ବଡୁଆ ଡାକ ଅର୍ଥ ଘରର ଯେଉଁ ମାନେ ଦିବଙ୍ଗତ ତଥା ପିତୃ ପୁରୁଷ ସେମାନଙ୍କୁ ବଡ ବଡ଼ୁଆ କୁହାଯାଏ । ସୂର୍ଯ୍ୟ ଯେତେବେଳେ କନ୍ୟା ରାଶିରେ ପ୍ରବେଶ କରିଥାନ୍ତି ସେତେବେଳେ ପିତୃଲୋକ ପୃଥିବୀର ସନ୍ନିକଟ ହୋଇଥାଏ । ତେଣୁ ଯମ ରାଜାଙ୍କ ଆଜ୍ଞାରେ ପିତୃ ପୁରୁଷମାନେ ତାଙ୍କ ସନ୍ତାନଙ୍କୁ ଦର୍ଶନ ନିମନ୍ତେ ଧରାବତରଣ କରନ୍ତି । ଦୀର୍ଘ ଏକ ମାସ ଧରି ସେମାନେ ତିଳ ତର୍ପଣ, ଶ୍ରାଦ୍ଧ ଆଦି ସେମାନେ ଆଶା କରିଥାନ୍ତି । ସେମାନଙ୍କର ଏକ ବାହୁଡିବା ବେଳ ଥାଏ । ଯାହାକି ମହା କାର୍ତ୍ତିକ ଅମାବାସ୍ୟା । ଏହି ଦିନକୁ ପୟା ଶ୍ରାଦ୍ଧ କୁହାଯାଏ । ଏହି ଦିନ ସବୁ ଲୋକ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ କରିଥାନ୍ତି। ସଧାରଣତ ପିତୃପୁରୁଷ ମାନେ ଅନ୍ଧକାରରେ ଆସିଥାନ୍ତି। ଏଣୁ ତାଙ୍କର ପ୍ରତ୍ୟାବର୍ତ୍ତନ ପଥକୁ ସୁଗମ କରିବା ପାଇଁ ତାଙ୍କର ଦାୟାଦ ମାନେ ଆଲୋକ ବର୍ତିକା ପ୍ରଜ୍ଵଳନ କରିଥାନ୍ତି।ସମସ୍ତେ କାଉଁରିଆ କାଠି ଜାଳି ତାଙ୍କ ଚଲା ପଥକୁ ଆଲୋକିତ କରିଥାନ୍ତି। ''
paya shraddha
paya shraddha (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ସଂଧ୍ୟା ୫ରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ

ଏହା ମଧ୍ୟ ପଢନ୍ତୁ-ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆଇନମନ୍ତ୍ରୀଙ୍କ ହସ୍ତକ୍ଷେପ, 'ଇସ୍କନ ସହ କଥା ହେବ ଶ୍ରୀମନ୍ଦିର ପ୍ରଶାସନ'

paya shraddha
paya shraddha (ETV BHARAT ODISHA)

'' ପୟା ଶ୍ରାଦ୍ଧ, ତର୍ପଣ, ବଡ ବଡୁଆ ଯାହା କିଛି କରାଯାଏ ତାହା ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଇଥାଏ । ଯାହା ଦ୍ଵାରା ଆମକୁ ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏଣୁ ମହା କାର୍ତ୍ତିକ ମାସର ଅମାବାସ୍ୟା ଦିନ ଶ୍ରୀକ୍ଷେତ୍ରର ବଡ ଦାଣ୍ଡରେ ହଜାର ହଜାର ଶ୍ରଦ୍ଧାଳୁ ଏହି ବଡ ବଡୁଆ ଡାକି ନିଜ ପିତୃପୁରଷ ଙ୍କୁ ଧରା ପୃଷ୍ଠାରୁ ବିଦାୟ ଦେଇଥାନ୍ତି। ତେବେ ଅମାବାସ୍ୟା ତିଥି ଅବସରରେ ଶ୍ରୀମନ୍ଦିରର ନୀତି ଅନୁଯାୟୀ ମହାପ୍ରଭୁଙ୍କ ସାଗର ବିଜେ ନୀତି ଅନୁଷ୍ଠିତ ହେଇଥାଏ। ''

paya shraddha
paya shraddha (ETV BHARAT ODISHA)

ପଞ୍ଜିକାରେ ଆଜି ଦୀପାବଳି:

ବରିଷ୍ଠ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର କହିଛନ୍ତି, ''ଚଳିତ ବର୍ଷ ଅକ୍ଟୋବର 31 ଓ ନଭେମ୍ବର 1 ତାରିଖ ଦୀପାବଳି ପାଳନକୁ ଯେଉଁ ଦ୍ଵନ୍ଦ୍ବ ଉପୁଜିଛି ତାହା କ୍ୟାଲେଣ୍ଡରକୁ ନେଇ । କିନ୍ତୁ ପଞ୍ଜିକାରେ ନଭେମ୍ବର 1 ତାରିଖରେ ଦୀପାବଳି ପାଳନ ନେଇ ସୂଚନା ରହିଛି । ଲୋକମାନେ ପାଞ୍ଜିର ତଥ୍ୟକୁ ଗ୍ରହଣ କରିବା ଉଚିତ । ଏହା ଦ୍ଵାରା ଦ୍ଵନ୍ଦ୍ବ ଉପୁଜିବ ନାହିଁ । ନଭେମ୍ବର ୧ ତାରିଖରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଅମାବାସ୍ୟା ତିଥି ରହିଛି । ଏଣୁ ଏହା ଏକ ପୂର୍ଣ୍ଣ ତିଥି । ଏଣୁ ଆଜି ଦୀପ ଦାନ ଓ ଶ୍ରାଦ୍ଧ କରିବା ବିଧି ରହିଛି । ଦ୍ଵି ପ୍ରହରରେ ଶ୍ରାଦ୍ଧ କାର୍ଯ୍ୟ ସାରା ସନ୍ଧ୍ୟାରେ ଦୀପ ଦାନ ସହ ଲୋକମାନେ ବଡ ବଡୁଆ ଡାକି ପାରିବେ । ପଞ୍ଜିକା ଆସିବାର ବହୁ ପୂର୍ବରୁ ଅନେକ ଅନୁଷ୍ଠାନ କ୍ୟାଲେଣ୍ଡର ଛାପି ଦେଉଛନ୍ତି । ଏଣୁ ଅନେକ ତ୍ରୁଟି ରହୁଛି କ୍ୟାଲେଣ୍ଡରରେ । ଲୋକମାନେ କ୍ୟାଲେଣ୍ଡର କିଣି କି ଭ୍ରମିତ ହେଉଛନ୍ତି । କ୍ୟାଲେଣ୍ଡର ପରିବର୍ତ୍ତେ ପଞ୍ଜିକାରେ ଦିଆଯାଇଥିବା ତଥ୍ୟକୁ ନେଇ ପର୍ବ ପର୍ବାଣୀ ପାଳନ କରନ୍ତୁ । ଏହା ଦ୍ବାରା ବିଭ୍ରାନ୍ତି ସୃଷ୍ଟି ହେବ ନାହିଁ। ''

paya shraddha (ETV BHARAT ODISHA)
ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.