ଭୁବନେଶ୍ବର: ରାଜଧାନୀରେ ଅନ୍ଧାରୀ ବାବା । ସୁର, ସାରଥୀ ପରେ ଚର୍ଚ୍ଚାରେ ଏହି ବାବା । ରାତିରେ ପୂଜା କରନ୍ତି ଆଉ ଭୂତକୁ ମଦ ଦିଅନ୍ତି । ଏପରି ଢଙ୍ଗରେ ପୂଜା କରି ଅନ୍ଧାର ଘର ଭିତରେ ଅସଦାଚରଣ କରିଥିବା ଅଭିଯୋଗରେ କମିଶନରେଟ ପୋଲିସ ଅନ୍ଧାରୀ ବାବାକୁ ଗିରଫ କରିଛି । ତେବେ ଏହି ଅନ୍ଧାରୀ ବାବା ଜଗତସିଂହପୁର ବିରିଡି ବ୍ଲକ ଚାନ୍ଦିପୁରର ଗଣେଶ ନାଥ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଗତକାଲି(ଶନିବାର) ଏୟାରଫିଲଡ ଥାନା କପିଳେଶ୍ବରରେ ଜଣେ ଛୋଟ ଛୁଆର ଝାଡାବାନ୍ତି ବନ୍ଦ କରିବାକୁ ବାବା ଆସିଥିଲେ । ଏପରିକି ପିଲାକୁ ଭୂତ ଲାଗିଛି ଓ ଭୂତ ମଦ ଚାହୁଁଛି କହି ମଦ ମଗାଇଥିଲେ । ଆଉ ମଦ୍ୟପାନ କରି ଅନ୍ଧାର ଭିତରେ ଝଡାଫୁଙ୍କା ସମୟରେ ଛୁଆର ମାଆକୁ ଅସଦାଚରଣ କରିଥିଲେ । ମହିଳା ପାଟି କରିବାରୁ ସ୍ଥାନୀୟ ଲୋକେ ପହଞ୍ଚି ବାବାଙ୍କୁ ନିର୍ଦ୍ଦୁମ ଛେଚିଥିଲେ ।
ତେବେ ଘଟଣା ଜଣାପଡିବା ପରେ କମିଶନରେଟ ପୋଲିସ ବାବାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ