ଭୁବନେଶ୍ବର: କୋଭିଡ ଚିକିତ୍ସା ପାଇଁ ଆୟୁର୍ବେଦ ଉପଯୋଗୀ ଫଳପ୍ରଦ ଚିକିତ୍ସା। ଛୋଟ ପିଲାଙ୍କ ପାଇଁ ସ୍ଵର୍ଣପ୍ରାସନ୍ନ ଦିଅନ୍ତୁ। ଏହା ପିଲାଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । କୋଭିଡ ଚିକିତ୍ସା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହୋଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏପରି କିଛି ପରାମର୍ଶ ଦେଇଛନ୍ତି, ବ୍ରହ୍ମପୁରର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ ମେଡିକାଲ କଲେଜର ଡେପୁଟି ସୁପରିଟେଣ୍ଡେଣ୍ଟ ଡକ୍ଟର ବିମଳ କୁମାର ପଣ୍ଡା ।
ଏହାମଧ୍ୟ ପଢନ୍ତୁ: କୋଭିଡ ଚିକିତ୍ସା ପାଇଁ ଆୟୁର୍ବେଦ ଉପଯୋଗୀ
କୋଭିଡ ତୃତୀୟ ଲହର ମୁକାବିଲାରେ ଆୟୁର୍ବେଦର ଭୂମିକା ଗୁରୁତ୍ବପୂର୍ଣ୍ଣ ଅଟେ। ଘରେ ରହି ଚିକିତ୍ସା ନେଇପାରିବେ। ଆୟୁର୍ବେଦରେ ଭିଭିନ୍ନ ପ୍ରକାରର ଔଷଧ ଆସିଛି । ଏହି ଔଷଧ ଗୁଡିକ ଘରେ ରହି ଚିକିତ୍ସିତ ହୋଇପାରିବ । ଯେପରିକି ଘିଲୟ ବଟି, ଆୟୁଷ 64, ଅନୁ ତୈଳ ଏବଂ ଚବନପ୍ରାସ ବ୍ୟବହାର କରିପାରିବେ। ଏହା ସବୁ ରୋଗୀଙ୍କୁ ଦେଇପାରିବା । ଜ୍ବର ହେଲେ ସଂଜୀବନି ବଟି, ସତ୍ବ, ଅମୃତ ରିଷ୍ଟ ଆଦି ଦେଇପାରିବା। କାଶ ଥିଲେ କାଶ ଚିନ୍ତାମଣି ଭଳି ଔଷଧ ଦେଇପାରିବା । ଯଦି ନିଦ କମ ହଉଛି ତେବେ ସର୍ପଗନ୍ଧା ଚୂନ, ତୈଳ, ଆଦି ବ୍ୟବହାର କରିପାରିବା। ଅନେକ ସମୟରେ ଭୋକ କମିଗଲେ ଚିତ୍ର ବଟି, ଅଗ୍ନୀକୁମାର ଟାବଲେଟ୍ ରହିଛି। ଦୁର୍ବଳ ଲାଗିଲେ ଅଶ୍ବଗନ୍ଧା ଔଷଧ ରହିଛି। ଆସନ ଓ ପ୍ରାଣାୟମ କରିପାରିବା ।
ଗାଁ ଗହଳିରେ କାଢା ବ୍ୟବହାର ହେଉଛି, କାଢ଼ା ପ୍ରସ୍ତୁତ କରିବାରେ ଏକ ସରଳ ଉପାୟ ରହିଛି। ତୁଳସୀ 4 ଭାଗ, ସୁଣ୍ଠି 2 ଭାଗ, ଗୋଲମରିଚ 2 ଭାଗ ଏବଂ ଡାଲଚିନି 2 ଭାଗ। ପ୍ରଥମେ ସବୁକୁ ଗୁଣ୍ଡ କରନ୍ତୁ । ବୟସ ଅନୁସାରେ 1 ରୁ 5 ବର୍ଷ ମଧ୍ୟରେ 1 ଗ୍ରାମ, 5 ରୁ 10 ବର୍ଷ ପର୍ଯ୍ୟନ୍ତ 2 ଗ୍ରାମ, 10 ରୁ ଊର୍ଦ୍ଧ୍ବ 3 ଗ୍ରାମ ରୁ 5 ଗ୍ରାମ ପର୍ଯ୍ୟନ୍ତ ନେଇପାରିବେ। ଏହାକୁ ନେଇ ପାଣିରେ ଫୁଟାଇବା। ଉଷୁମ ଥିବା ଅବସ୍ଥାରେ ଖାଲି ପେଟରେ ପିଇବା। ସକାଳେ ସନ୍ଧ୍ୟାରେ ପିଇପାରିବା। ରୋଗୀ ଠାରେ ଅନ୍ୟ ରୋଗ ଥାଏ ତେବେ ସମସ୍ତ ପ୍ରକାରର ଔଷଧ ଖାଇବା ସହ କାଢ଼ାକୁ ପିଇପାରିବା । ଏହାର କୌଣସି ପାର୍ଶ୍ଵ ପତିକ୍ରିୟା ନାହିଁ।
ଏହାମଧ୍ୟ ପଢନ୍ତୁ: Campaign Expenditure: ପୌର ନିର୍ବାଚନ ପାଇଁ ପ୍ରାର୍ଥୀ କେତେ କରିବେ ଖର୍ଚ୍ଚ
ସାଧାରଣ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବା ପାଇଁ ମୁଖ୍ୟ ଔଷଧ ହେଉଛି ଗୁଡୁଛି । ଏହାକୁ ଛେଚିକି ଏହାର ରସ ପିଇପାରିବେ। ଅଶ୍ବଗନ୍ଧାର ଔଷଧ ମଧ୍ୟ ଖାଇପାରିବେ। ହରିତକି( ହରିଡା) ପିଲାଙ୍କୁ କୋଭିଡ ହେଲେ ଆୟୁଷ କୀଟ ଦିଆଯାଉଛି। ଏଥିରେ ରହିଛି ଚବନପ୍ରସ, ଅଶୋକାଗନ୍ଧ, ଅନୁ ତୈଳ, ବାଳ ଚାତ୍ୟୁର ଭଦ୍ର ତୈଳ ଆଦି ରହିଛି। 2 ବର୍ଷରୁ ଅଧିକ ବର୍ଷ ବୟସର କାଢା ଦିଆଯାଉଛି। ବୟସ୍କ ଲୋକଙ୍କ ନିକଟରେ ଯାହା ଔଷଧ ଦିଆଯାଉଛି ତାହା ଛୋଟ ପିଲାଙ୍କ କ୍ଷେତ୍ରରେ ସେହି ଔଷଧ କମ ମାତ୍ରାରେ ଦିଆଯିବା ଆବଶ୍ୟକ। 12 ଥର ଶିଶୁ ହଜାର ହଜାର ଦିଆସାରିଲାଣି। ଜନ୍ମରୁ 18 ବର୍ଷ ପିଲାଙ୍କ ପାଇଁ ଉଦ୍ଧିଷ୍ଟ । ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ଏହା ସାହାଯ୍ୟ କରିବ। ଶିଶୁର ବଳ ସ୍ମରଣ ଶକ୍ତି ବଢାଇବ।
3ଟି ଉପାଦାନ ରହିଛି। ସେଗୁଡିକ1. ସ୍ବର୍ଣ୍ଣ ଭସ୍ମ, 2 ରେ ମହୁ ଓ 3 ରେ ବ୍ରାହ୍ମୀ ଗୃତ 1 ରେ ସ୍ବର୍ଣ୍ଣ ଭସ୍ମର ମାତ୍ର 1 ମିଲିଗ୍ରାମ, 33 ମିଲିଗ୍ରାମ ମହୁ ଏବଂ 60ପ୍ରତିଶତ ମିଲିଗ୍ରାମ ବ୍ରାହ୍ମୀଗୃତ ବ୍ୟବହାର କରାଯିବ। ଏହାକୁ ବ୍ୟବହାର କରିବା ପାଇଁ ଅନୁରୋଧ କରିଛନ୍ତି। ଆଗାମୀ ଦିନରେ ବ୍ୟବହାର କରି ଶିଶୁଙ୍କର ସ୍ମରଣ ଶକ୍ତି ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆଗକୁ ଆସନ୍ତୁ ବୋଲି କହିଛନ୍ତି। ଆର ଆର ଟି ଟିମରେ ଡାକ୍ତରମାନଙ୍କୁ ନିଯୁକ୍ତ ଦେଇଛନ୍ତି। ମାନସିକ ଓ ଶାରୀରିକ ସ୍ତରରେ ଅସ୍ତିତ ହେବା ଆବଶ୍ୟକ ଯେ ଆମେ କୋଭିଡ ସହ କାମ କରିବା। ଘରକୁ ଘର ବୁଲି ପରୀକ୍ଷା କରନ୍ତୁ। ଘରେ ରହିଲେ କଣ ଚିକିତ୍ସା କରିବେ ସେନେଇ ଲୋକଙ୍କୁ ଭଲ ଭାବରେ ପରାମର୍ଶ ଦିଅନ୍ତୁ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ