ETV Bharat / city

ବ୍ୟାଙ୍କ ମହିଳା ମ୍ୟାନେଜରଙ୍କ ଅଭିଯୋଗ; ସିନିୟରଙ୍କୁ ଖୁସି କଲେ ମିଳିବ ପ୍ରମୋସନ

କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ। ଉପର ସିନିୟର ଅଫିସରଙ୍କୁ ଖୁସି କଲେ ମିଳିବ ପ୍ରମୋସନ । ଏଭଳି ଅଭିଯୋଗ ଆଣିଛନ୍ତି ଆକ୍ସିସ ବ୍ୟାଙ୍କର ଜଣେ ମହିଳା ବ୍ରାଞ୍ଚ ମ୍ୟାନେଜର ।

axis bank
ଆକ୍ସିସ ବ୍ୟାଙ୍କ ମହିଳା ମ୍ୟାନେଜରଙ୍କ ଅଭିଯୋଗ
author img

By

Published : Jan 6, 2020, 4:33 PM IST

Updated : Jan 6, 2020, 6:01 PM IST

ଭୁବନେଶ୍ବର: କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ । ଟପ ସିନିୟରଙ୍କୁ ଖୁସି କଲେ ମିଳୁଛି ପ୍ରମୋସନ । ଟୁର ଭିଜିଟ ସହ ସର୍କଲ ହେଡ ଓ ବ୍ରାଞ୍ଚ ହେଡଙ୍କ ସହ ପାର୍ଟି ଆଟେଣ୍ଡ କଲେ ଚଏସ ପୋଷ୍ଟିଂ ସହ, ପ୍ରମୋସନ , ଇନକ୍ରିମେଣ୍ଟ ଭଳି ସୁଯୋଗ ଦିଆଯାଉଛି । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରାଜଧାନୀର ଏକ ଆକ୍ସିସ ବ୍ୟାଙ୍କ ମହିଳା ବ୍ରାଞ୍ଚ ମ୍ୟାନେଜର ।

ଏନେଇ ଅଭିଯୋଗକାରିଣୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ସିନିୟର ସର୍କଲ ହେଡ ଅରବିନ୍ଦ ସାହୁ ଏବଂ ବ୍ରାଞ୍ଚ ହେଡ ପ୍ରଶାନ୍ତ ମିଶ୍ରଙ୍କ ନାଁରେ ଏହି ଅଭିଯୋଗ କରିଛନ୍ତି ମହିଳା ବ୍ରାଞ୍ଚ ମ୍ୟାନେଜର ।

ଆକ୍ସିସ ବ୍ୟାଙ୍କ ମହିଳା ମ୍ୟାନେଜରଙ୍କ ଅଭିଯୋଗ

ତାଙ୍କୁ ବ୍ରହ୍ମପୁର ବଦଳି କରାଯାଇଥିବା ବେଳେ ସେନେଇ ଅଫିସିଆଲଙ୍କୁ ଜଣାଇବା ବେଳେ ଏଭଳି ଅସଦାଚରଣ କରାଯାଇଥିବା ଅଭିଯୋଗ କରିଛନ୍ତି । ତେବେ ପୂର୍ବରୁ ଏପରି ଅସଦାଚରଣ ହୋଇଥିବା ବେଳେ ଏନେଇ ବ୍ୟାଙ୍କର ହାରାସମେଣ୍ଟ ସେଲକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବା ସେ ଅଭିଯୋଗ କରିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 6, 2020, 6:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.