ETV Bharat / city

ବିଶ୍ବ ଏଡସ୍‌ ଦିବସରେ ସଚେତନତା କାର୍ଯ୍ୟକ୍ରମ - ବିଶ୍ବ ଏଡସ୍‌ ଦିବସ

ସାରା ବିଶ୍ବରେ ଏଡସ୍ ଦିବସ ଦିବସ ପାଳନ କରାଯାଉଥିବା ବେଳେ ମୟୂରଭଞ୍ଜ, ବ୍ରହ୍ମପୁର ଓ ଜଗତସିଂହପୁର ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ।

ବିଶ୍ବ ଏଡସ୍‌ ଦିବସ
ଡିଜାଇନ ଫଟୋ
author img

By

Published : Dec 1, 2019, 6:31 PM IST

ଭୁବନେଶ୍ବର: ସାରା ବିଶ୍ବରେ ପାଳିତ ହେଉଛି ବିଶ୍ବ ଏଡସ୍ ଦିବସ । ଏହି ଦିବସରେ ସବୁଆଡେ ସଚେତନତାର ବାର୍ତ୍ତା ବଣ୍ଟା ଚାଲିଥିବା ବେଳେ ଏଥିରୁ ବାଦ ପଡିନାହିଁ ମୟୁରଭଞ୍ଜ ଜିଲ୍ଲା । ଜିଲ୍ଲାର ସଦର ମହକୁମା ବାରିପଦାଠାରେ ବିଶ୍ବ ଏଡସ୍ ଦିବସ ଅବସରରେ ମୟୂରଭଞ୍ଜ ସାମ୍ବାଦିକ ବନ୍ଧୁ ସଚେତନତା କାର୍ଯ୍ୟକ୍ରମ ପାଳନ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯାତାୟାତ କରୁଥିବା ଲୋକଙ୍କୁ ଟ୍ୟାଗ୍ ଲଗାଇ, ଫ୍ଲାଗ କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ଏଡସ୍ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ।

ସେହିପରି ରେଶମ ସହର ବ୍ରହ୍ମପୁରରେ ବିଶ୍ବ ଏଡସ୍‌ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଡସ୍‌କୁ ରୋକିବା ପାଇଁ ଏହି ଅବସରରେ ଆହ୍ବାନ ଦିଆଯାଇଛି । ସହରର ଖଲ୍ଲିକୋଟ ସ୍ଥିତ ମହାବିଦ୍ୟାଳୟ ସମ୍ମୁଖରୁ ଏକ ସଚେତନତା ଶୋଭାଯାତ୍ରାକୁ ବହୁ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଉପ ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଏଥିରେ ସହରର ବିଭିନ୍ନ ବ୍ୟକ୍ତି ବିଶେଷ ସାମିଲ ରହିଥିଲେ । ଅନ୍ୟପକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଜଗତସିଂହପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ବିଶ୍ବ ଏଡସ ଦିବସ ପାଳନ କରାଯାଇଛି । ଏହି ଅବସରରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏକ ସଚେତନ ରାଲି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପତାକା ଦେଖାଇ ଉଦଘାଟନ କରିଥିଲେ। ଜଗତସିଂହପୁର ଜିଲ୍ଲାରେ ମୋଟ 323 ଜଣ ଏଡସ ରୋଗୀ ଅଛନ୍ତି । ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଅଭିଯାନ ଆରମ୍ଭ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.