ଭୁବନେଶ୍ବର: ରାଜ୍ୟରେ ଅନେକ ଅଞ୍ଚଳରେ ଏବେବି ଅନେକ ଲୋକ ଟୀକା ନେଇ ନାହାନ୍ତି । ସେମାନେ ଟୀକା ନେବାରେ ତିଳେମାତ୍ର ଆଗ୍ରହ ପ୍ରକାଶ କରୁନାହାନ୍ତି । ଟୀକା ନେବାକୁ କହିଲେ ଅନେକ ଲୋକ ଲୁଚୁଛନ୍ତି କିମ୍ବା ଟୀକାକରଣ କେନ୍ଦ୍ରକୁ ଆସୁନାହାନ୍ତି । ଯେଉଁଠି ଲୋକମାନେ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ସେମାନଙ୍କୁ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଅଧିକ ସଚେତନ କରାଯିବ । ରାଜ୍ୟରେ ବହୁତ କମ ଅଞ୍ଚଳରେ ଟୀକାକୁ ନେଇ ସନ୍ଦେହ ଉପୁଜୁଛି ଯାହା ଉପାନ୍ତ ଅଞ୍ଚଳରେ ।
ବର୍ତ୍ତମାନ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ କରାଯିବ । ଏହି ଟୀକା ସମ୍ପୂର୍ଣ୍ଣ ଭାବରେ ନିରାପଦ ଅଟେ । ଏହି ଟୀକା ନେବା ଦ୍ୱାରା କରୋନା ସଂକ୍ରମଣରୁ ରକ୍ଷା ପାଇବା ସହ ଗୁରୁତର କି ମୃତ୍ୟୁ ହେବାର ସମ୍ଭାବନା କମ ରହିବ । ଟୀକା କରୋନାରୁ ରକ୍ଷା କରିବ । ଏହାକୁ ନେଇ ସଚେତନ କରିଲେ ସେମାନେ ଟୀକା ନେବା ପାଇଁ ଆଗେଇ ଆସିବେ ଏବଂ ଟୀକାକରଣ କରିପାରିବେ ।
ଅଧିକରୁ ଅଧିକ ସେମାନଙ୍କୁ କିଭଳି ଟୀକାକରଣ ଉପରେ ସଚେତନ କରାଯିବ ଏବଂ ସେମାନେ ଅଧିକ ମାତ୍ରାରେ ଟୀକା ନେବେ ସେନେଇ ସଚେତନ କରାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ । ସୂଚନାନୁଯାୟୀ ରାଜ୍ୟରେ ମୋଟାମୋାଟି ଭାବେ ଦେଖିଲେ ମୋଟ 98 ଲକ୍ଷ 40 ହଜାର 10 ଜଣ ଲୋକଙ୍କୁ ଟୀକାକରଣ କରାଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ