ETV Bharat / city

ଆଇଟିଆଇ ଏବଂ ପଲିଟେକନିକ ତାଲିମ ପାଇଁ ସଚେତନତା ସୃଷ୍ଟି କରିବାକୁ ହେବ: ସୁବ୍ରତ ବାଗ୍‌ଚୀ

author img

By

Published : May 10, 2022, 2:21 PM IST

ଓଡ଼ିଶାର ଆଇଟିଆଇ ଏବଂ ପଲିଟେକନିକ ନୂତନ ଭବିଷ୍ୟତ ପରିକଳ୍ପନାର ରୂପରେଖ ହେବେ । ଆଇଟିଆଇ ପ୍ରତି ବହୁତ ସମ୍ମାନ ରହିଛି । ଅଧିକ ପଢ଼ନ୍ତୁ

ଆଇଟିଆଇ ଏବଂ ପଲିଟେକନିକ ତାଲିମ ପାଇଁ ସଚେତନତା ସୃଷ୍ଟି କରିବାକୁ ହେବ : ସୁବ୍ରତ ବାଗ୍‌ଚୀ

ଭୁବନେଶ୍ବର: ଓଡ଼ିଶାର ଆଇଟିଆଇ ଏବଂ ପଲିଟେକନିକ ନୂତନ ଭବିଷ୍ୟତ ପରିକଳ୍ପନାର ରୂପରେଖ ହେବେ । ରାଜ୍ୟର ଆଇଟିଆଇ ଏବଂ ପଲିଟେକନିକ କେବଳ ଦକ୍ଷତା ବିକାଶର କେନ୍ଦ୍ରସ୍ଥଳୀ ନୁହେଁ । ବରଂ ମାନବ ରୂପାନ୍ତରଣର କେନ୍ଦ୍ର ହେବେ ବୋଲି ଦିନିକିଆ ନେତୃତ୍ୱ ବିକାଶ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ କହିଛନ୍ତି । ରାଜ୍ୟର ସମସ୍ତ ୪୯ଟି ଆଇଟିଆଇ ଏବଂ ୩୭ଟି ପଲିଟେକନିକ ଅନୁଷ୍ଠାନର ମୁଖ୍ୟଙ୍କୁ ନେଇ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ୱାର୍ଲଡ଼ ସ୍କିଲ ସେଣ୍ଟରରେ ନେତୃତ୍ୱ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଛି ।

ITI ଏବଂ ପଲିଟେକନିକମାନେ କିଭଳି ଭାବେ ବ୍ଲକ ଓ ଜିଲ୍ଲା ସ୍ତରରେ ନୂତନ ଦିଗଦର୍ଶନ ଦେଇପାରିବେ ସେ ନେଇ ସେ ଏକ ବିଶେଷ ଉପସ୍ଥାପନା ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିର ଦିନରେ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟରେ ଆଇଟିଆଇ ପ୍ରତି ବହୁତ ସମ୍ମାନ ରହିଛି । ପ୍ରଥମେ ତାଲିମ ଅନୁଷ୍ଠାନର ଭିତ୍ତିଭୂମି ସୁଦୃଢ କରି ତାକୁ ଆକର୍ଷଣୀୟ କରିବା ଉଚିତ । ନିକଟସ୍ଥ ବିଦ୍ୟାଳୟର ଅଷ୍ଟମ ଓ ନବମ ଶ୍ରେଣୀରେ ଅଧ୍ୟୟନ ଛାତ୍ରଛାତ୍ରୀଙ୍କ ମନରେ ଆଇଟିଆଇ ଏବଂ ପଲିଟେକନିକ ତାଲିମ ପ୍ରତି ସଚେତନତା ସୃଷ୍ଟି କରିବାକୁ ହେବ । ପ୍ରତ୍ୟେକ ଆଇଟିଆଇରୁ ଅନ୍ତତଃ ଦଶ ଜଣ ପ୍ରଶିକ୍ଷାର୍ଥୀ ପରବର୍ତ୍ତୀ ପର୍ଯ୍ୟାୟରେ ପଲିଟେକନିକ, SDI ତାଲିମ ନେବେ ଏବଂ ଦକ୍ଷତା ପ୍ରତିଯୋଗିତାରେ ଭାଗନେଇ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ ।

ଜିଲ୍ଲାସ୍ତରରେ ପ୍ରତ୍ୟେକ ଆଇଟିଆଇ ଏବଂ ପଲିଟେକନିକ କ୍ରୀଡା ଉତ୍ସବ ଆୟୋଜନ ସହ ମହିଳାଙ୍କ ନିମନ୍ତେ ସ୍ୱତନ୍ତ୍ର କ୍ରିକେଟ ଓ ଫୁଟବଲ ଦଳ ଗଢିବାକୁ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ଆଇଟିଆଇ ଏବଂ ପଲିଟେକନିକ ସ୍ଥାନୀୟ ଚିକିତ୍ସାଳୟ ସହିତ ସହଭାଗିତା କରି ଆଶୁ ବିପତ୍ତି ସମୟରେ ଆବଶ୍ୟକୀୟ ସହଯୋଗର ହାତ ବଢେଇପାରିବେ । ରାଜ୍ୟର ପ୍ରାୟ ୬ ଲକ୍ଷ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ରହିଛନ୍ତି । ସେହି ବିଦ୍ୟାଳୟଗୁଡିକ ସହ ଯୋଗାଯୋଗ କରି ଉକ୍ତ ଛାତ୍ରଛାତ୍ରୀଙ୍କୁ ସ୍କିଲ ତାଲିମ ପ୍ରତି ଆକୃଷ୍ଟ କରିବାକୁ ମଧ୍ୟ ଆହ୍ୱାନ କରିଛନ୍ତି । ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ରେଘୁ ଜି କହିଛନ୍ତି ଯେ, ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ଯୋଗ ଦେଇଥିବା ଅଭିଜ୍ଞ ବ୍ୟକ୍ତି ବିଶେଷଙ୍କଠାରୁ ନେତୃତ୍ୱ ବିକାଶ ବିଷୟରେ ବହୁତ କିଛି ଶିଖିବାକୁ ମିଳିବ । ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ (ଟିଭିଇଟି) ବ୍ୟବସ୍ଥାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ଆମର ମୂଳ ଲକ୍ଷ୍ୟ ।

ନେତୃତ୍ୱ ବିକାଶ କର୍ମଶାଳାରେ ୱାର୍ଲଡ ସ୍କିଲ ସେଣ୍ଟର ଅଧ୍ୟକ୍ଷ ସଙ୍ଗରନ ଗୋପାଳ, କ୍ରୁଟ ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ର, ଅତିରିକ୍ତ ପୋଲିସ କମିଶନର ଡା ଉମାଶଙ୍କର ଦାସ, ସିଭି ରମଣ ଗ୍ଲୋବାଲ ୟୁନିଭରସିଟି ଅଧ୍ୟକ୍ଷ ଡକ୍ଟର ସଞ୍ଜୀବ କୁମାର ରାଉତ ଏବଂ ସହ-ପ୍ରତିଷ୍ଠାତା ଜୁଫ୍ରେସ ଫୁଡ୍ସ ପ୍ରା ଲିଃ ଅମ୍ବିକା ଶତପଥି ନିଜ ବୃତ୍ତିଗତ କ୍ଷେତ୍ର ଅଭିଜ୍ଞତା ନେଇ ନେତୃତ୍ୱ ବିକାଶ ଉପରେ ଉପସ୍ଥାପନା ରଖିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ, ଯୁଗ୍ମ ସଚିବ ରେଣୁପ୍ରଭା ନାୟକ, ଉପନିର୍ଦ୍ଦେଶକ ଅଜୟ ପଣ୍ଡା, ସୁଯୋଗ୍ୟ ମିଶ୍ର, ୱାର୍ଲଡ଼ ସ୍କିଲ ସେଣ୍ଟରର ସ୍କୁଲ ଅଫ ସର୍ଭିସେସ ନିର୍ଦ୍ଦେଶକ ସୁଗୁଣା ଶ୍ରୀନିବାସନ, ନିର୍ଦ୍ଦେଶକ, ପ୍ରଶାସନ କେର୍‌ୱିନ ୱିିଙ୍ଗ ଉଇକ୍ୟାଟ, ନିର୍ଦ୍ଦେଶକ ଏକାଡେମୀ ସୁପିହା ନାଗମଲ ଏବଂ ନିର୍ଦ୍ଦେଶକ ସ୍କୁଲ ଅଫ ଇଞ୍ଜିନିୟରିଂ ଚିୟକ ଏଙ୍ଗ ଚୁନ୍‌ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.