ETV Bharat / city

ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ: ଗୌତମନଗରରେ ମାମୁ ଭଣଜା ଗୁରୁତର - ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ

ରାଜଧାନୀରେ ବଢିଲା ଦୁର୍ବୃତ୍ତଙ୍କ ଉତ୍ପାତ। ଅପରାଧ ଘଟାଇ ବସ୍ତିରେ ଉତ୍ପାତ କରୁଥିବା ବେଳେ ବିରୋଧ କରିବାରୁ ବସ୍ତି ବାସିନ୍ଦାଙ୍କୁ କରିଛନ୍ତି ମରଣାନ୍ତକ ଆକ୍ରମଣ। ଏପରି ଦେଖିବାକୁ ମିଳିଛି ବଡଗଡ ଥାନା ଗୌତମ ନଗର ବସ୍ତିରେ । ଘଟଣାରେ ବସ୍ତିର ମଣ୍ଟୁ ମହାନ୍ତି ଓ ଭଣଜା ରାଜୁ ମହାନ୍ତି ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ: ଗୌତମନଗରରେ ମାମୁ ଭଣଜା ଗୁରୁତର

author img

By

Published : Sep 7, 2020, 11:25 PM IST

ଭୁବନେଶ୍ବର: ରାଜଧାନୀରେ ବଢିଲା ଦୁର୍ବୃତ୍ତଙ୍କ ଉତ୍ପାତ। ଅପରାଧ ଘଟାଇ ବସ୍ତିରେ ଉତ୍ପାତ କରୁଥିବା ବେଳେ ବିରୋଧ କରିବାରୁ ବସ୍ତି ବାସିନ୍ଦାଙ୍କୁ କରିଛନ୍ତି ମରଣାନ୍ତକ ଆକ୍ରମଣ। ଏପରି ଦେଖିବାକୁ ମିଳିଛି ବଡଗଡ ଥାନା ଗୌତମ ନଗର ବସ୍ତିରେ । ଘଟଣାରେ ବସ୍ତିର ମଣ୍ଟୁ ମହାନ୍ତି ଓ ଭଣଜା ରାଜୁ ମହାନ୍ତି ଗୁରୁତର ଆହତ ହୋଇଛନ୍ତି ।

ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ: ଗୌତମନଗରରେ ମାମୁ ଭଣଜା ଗୁରୁତର

୬ରୁ ୭ଜଣ ଦୁର୍ବୁତ୍ତ ବାଇକରେ ଆସିବା ସହ ଗୌତମ ନଗର ଶିଶୋମ ହୋଟେଲ ସାମ୍ନାରେ ମାମୁଁ ଭଣଜାଙ୍କୁ ଆକ୍ରମଣ କରିଛନ୍ତି। ଫଳରେ ଗୁରୁତର ଅବସ୍ଥାରେ କ୍ଯାପିଟାଲ ହସପିଟାଲ ପରେ ତାଙ୍କୁ ଏମସ ସ୍ଥାନାନ୍ତର କରାଯାଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି ।

ସୂଚନା ମୁତାବକ, ଅନେକ ଅପରାଧି ଚେନ ସ୍ନାଚିଂ ଠୁ ଆରମ୍ଭ କରି ଚୋରି ଓ ଡକାୟତିରେ ସମ୍ପୃକ୍ତ ରହିଥିବା ବେଳେ ବସ୍ତିରେ ନିଶା ସେବନ କରି ଉତ୍ପାତ କରୁଛନ୍ତି । ଏପରିକି ବସ୍ତିର ଝିଅବୋହୂ ମାନଙ୍କୁ ଅଶାଳୀନ ବ୍ଯବହାର କରୁଛନ୍ତି। ଏନେଇ ବଡଗଡ ଥାନାରେ ସେହି ଅପରାଧିଙ୍କ ବିରୋଧରେ ଏତଲା ଦେଇଥିଲେ ମଧ୍ଯ ପୋଲିସ ସେମାନଙ୍କ ବିରୋଧରେ କୌଣସି କାର୍ଯାନୁଷ୍ଠାନ ନେଉନି। ଏପରିକି ପୋଲିସରେ ଜଣାଇଲେ ମଧ୍ୟ ସେମାନେ ରାଗ ରଖି ଏପରି ଆତଙ୍କ ଖେଳାଉଛନ୍ତି । ଫଳରେ ନିରୀହ ମାମୁଁ ଭଣଜା ସେମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଏହି ମାମଲାରେ ପି ରାମାରାଓ, ପ୍ରକାଶ ମାଳି ଓ ସେମାନଙ୍କ ସହଯୋଗୀ ମାନେ ସଂପୃକ୍ତ ରହିଥିବା କଥା ସ୍ଥାନୀୟ ଯୁବକ ଜଗନ୍ନାଥ ସାହୁ କହିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ମାନଙ୍କୁ ଖୋଜାଯାଉଥିବା କଥା ପୋଲିସ କହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.