ଭୁବନେଶ୍ବର: ରାଜଧାନୀରେ ସାମ୍ବାଦିକଙ୍କୁ ଆକ୍ରମଣକୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ । ଭୁବନେଶ୍ବରର ଏସପ୍ଲାନେଡ୍ ସାମ୍ନାରେ ସାମ୍ବାଦିକମାନେ ଧାରଣା ଦେବା ସହ ଆକ୍ରମଣକୁ ନିନ୍ଦା କରିଛନ୍ତି ।
ପ୍ରକାଶଥାଉକି, ଶନିବାର ସନ୍ଧ୍ୟାରେ ଏସପ୍ଲାନେଡରେ ବେଆଇନ ପାର୍କିଂକୁ ନେଇ ଜଣେ ମହିଳା ସାମ୍ବାଦିକା ଖବର ସଂଗ୍ରହ କରୁଥିବାବେଳେ ଏସପ୍ଲାନେଡର କିଛି କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ ସୁରକ୍ଷାରେ ନିୟୋଜିତ ଥିବା କର୍ମଚାରୀ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏପରିକି ସାମ୍ବାଦିକା ଓ କ୍ୟାମେରାମ୍ୟାନଙ୍କୁ ଗାଳିଗୁଲଜ କରିବା ସହ ଗୋଇଠା ମଧ୍ୟ ମାରିଥିଲେ । ଏହାପରେ ଦୀର୍ଘ ସମୟ ଧରି ସେମାନଙ୍କୁ ବନ୍ଦୀ କରି ରଖିଥିଲେ । ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ କର୍ମଚାରୀଙ୍କୁ ମହଙ୍ଗା ପଡିଛି । ଶେଷରେ ଏହି ମାମଲାରେ ସମ୍ପୃକ୍ତ ଦୁଇ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ