ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ ଆତଙ୍କରାଜ ଘଟଣାରେ ଆଜି (ମଙ୍ଗଳବାର) ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଏହା ସହିତ ମାଷ୍ଟରକ୍ୟାଣ୍ଟିନରୁ ଜବରଦଖଲ ହଟାଇବା ସହିତ ଦୁର୍ବୃତ୍ତଙ୍କ ଦୋକାନକୁ ଭାଙ୍ଗିଛି କମିଶନରେଟ ପୋଲିସ । ତେବେ ଷ୍ଟେସନ ଅଞ୍ଚଳରେ ଅପ୍ରୀତିକର ସ୍ଥିତିକୁ ଏଡାଇବା ପାଇଁ ବ୍ଲାକ କମାଣ୍ଡୋଙ୍କ ସହାୟତା ନେଇ ପାଟ୍ରୋଲିଂ ଜାରି ରଖିଛି କମିସନରେଟ ପୋଲିସ ।
ସୋମବାର ମାଷ୍ଟରକ୍ୟାଣ୍ଟିନ ହୋଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସର କଡ଼ା ପଇଁତରା ମାରିଛି । ସ୍ବତନ୍ତ୍ର ସୁରକ୍ଷା କର୍ମଚାରୀ କାଉଣ୍ଟର ଟେରୋରିଷ୍ଟ ସ୍କ୍ବାଡ ସହ ବୁଲିବାରେ ଲାଗିଛି ପୋଲିସ ଭ୍ୟାନ । ମାଷ୍ଟରକ୍ୟାଣ୍ଟିନ ନିକଟ ଉତ୍ତେଜନା ସ୍ଥଳ ସହ ୟୁନିଟ ୩ ମାଳିସାହି ଓ ଶ୍ରୀୟା ସ୍କୋୟାର ଦେଇ ଡାଳିକିଆ ବସ୍ତି ଆଦି ଅଞ୍ଚଳରେ ବୁଲୁଛି ଏହି ସ୍ବତନ୍ତ୍ର ପୋଲିସ ଟିମ୍ ।
ସେପଟେ ଜୋନାଲ ଏସିପିଙ୍କ ସହ ସ୍ଥାନୀୟ ଥାନାଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଏବେବି ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଭୟକୁ ଦୂର କରିବା ସହ ଅପରାଧି ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ଉଦ୍ୟମ MASS ପାଟ୍ରୋଲିଂ ଚଳାଇଛି କମିଶନରେଟ ପୋଲିସ । ଏବଂ ତା ସହିତ ଉତ୍ତେଜନା ସ୍ଥଳରେ ପୋଲିସ ଅଧିକାରୀଙ୍କ ଦ୍ବାରା ପହରା ମାରୁଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ