ଭୁବନେଶ୍ବର: ଲାଗିବ ବ୍ୟାଙ୍କ ଲୁଟ ଓ ATM ଲୁଟ ଉପରେ ରୋକ। ସହରରେ ହାର୍ଡକୋର ଗ୍ୟାଙ୍ଗ ଆଶଙ୍କାରେ କମିଶନରେଟ ପୋଲିସର ନୂଆ ପଦକ୍ଷେପ । ଟ୍ବିନ ସିଟିରେ ଥିବା ବିଭିନ୍ନ ବ୍ୟାଙ୍କ ଓ ATMର ହେବ ସିକ୍ୟୁରିଟି ଅଡିଟ ପାଇଁ ଆଲର୍ଟ ବ୍ୟବସ୍ଥା। ଏଥିପାଇଁ ପୋଲିସ କମିସନରଙ୍କ ଜାରି ହେଲା ଆଡଭାଇଜରି । ବ୍ୟାଙ୍କ ଓ ATM ଗୁଡିକର ସିକ୍ୟୁରିଟି ଅଡିଟ ପାଇଁ ତୁରନ୍ତ ଜୋନାଲ ଏସିପିଙ୍କୁ ଦିଆଯାଇଛି ନିର୍ଦ୍ଦେଶ ।
ସୁରକ୍ଷା ବ୍ୟବସ୍ଥା ସହ CCTV, ଆଲାରାମ ସିଷ୍ଟମ ଏବଂ ବ୍ୟାଙ୍କ ଓ ATM ସାମ୍ନାରେ ସିକ୍ୟୁରିଟି ରହୁଛନ୍ତି କି ନାହିଁ, ନିଛାଟିଆ ଅଞ୍ଚଳରେ କେତୋଟି ATM ଓ ବ୍ୟାଙ୍କ ରହିଛି, ସେ ନେଇ ଯାଞ୍ଚ କରିବ କମିଶନରେଟ ପୋଲିସର ସ୍ବତନ୍ତ୍ର ଟିମ। ଏଥିପାଇଁ ଜଣେ ଆଡିସନାଲ SP, ଜୋନାଲ ACPଙ୍କ ସହ IIC ମିଶି ସେମାନଙ୍କ ଅଞ୍ଚଳର ବ୍ୟାଙ୍କ ଓ ATMର ସୁରକ୍ଷା ବ୍ୟବସ୍ଥାକୁ ଅଡିଟ କରିବେ ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ