ETV Bharat / city

ତାଡିଦେଲେ ଏଟିଏମ; ଲୁଟିଲେ ସିସିଟିଭି ସହ ହାର୍ଡଡିସ୍କ, ଟଙ୍କାର ପରିମାଣ ଅସ୍ପଷ୍ଟ - ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ

ସ୍ମାର୍ଟସିଟିର ସ୍ମାର୍ଟ ପୋଲିସକୁ ସ୍ମାର୍ଟ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ । ତାଡିଲେ ଏଟିଏମ, ଲୁଟିଲେ ଟଙ୍କା, ନେଇଗଲେ ସିସିଟିଭି।

ଡିଜାଇନ ଫଟୋ
author img

By

Published : Oct 23, 2019, 11:12 AM IST

Updated : Oct 23, 2019, 12:16 PM IST

ଭୁବନେଶ୍ବର: ରାଜଧାନୀରେ ପୁଣିଥରେ ମାତିଲେ ଏଟିଏମ ଲୁଟେରା । କମିସନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏଟିଏମ ତାଡି ଲୁଟିନେଲେ ଟଙ୍କା। ତେବେ କେତେ ପରିମାଣର ଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

ଏମିତି ଏକ ଘଟଣା ଘଟିଛି ନନ୍ଦନକାନନ ଗେଟ ନମ୍ବର 2ରେ । ଟୁରିଷ୍ଟ ପଏଣ୍ଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଟିଏମ ତାଡି ଲୁଟିନେଇଛନ୍ତି ଲୁଟେରା । ଯାହା ଏବେ ପୋଲିସର ଚିନ୍ତା ବଢାଇ ଦେଇଛି। କାରଣ ରାଜଧାନୀର ସୁରକ୍ଷା ନିଶ୍ଚିତ କରିବା ପାଇଁ ପୋଲିସ ପଦକ୍ଷେପ ନେଉଥିବା ବେଳେ ଏକ ସର୍ବସାଧାରଣ ଟୁରିଷ୍ଟ ପଏଣ୍ଟରେ ଥିବା ଏଟିଏମ ତାଡିନେବା ଏବେ ପୋଲିସର ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ଯେଉଁଭଲି ଭାବେ ଏଟିଏମ ତାଡିଛନ୍ତି ସେଥିରୁ ସ୍ପଷ୍ଟ ହେଉଛି ଏହା ପେସାଦାର ଲୁଟେରାଙ୍କ କାରନାମା ହୋଇଥାଇପାରେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନନ୍ଦନକାନନ ଟିକେଟ କାଉଣ୍ଟର ପଛପଟେ ଏପରି ଘଟଣା ଘଟିଥିଲେ ମଧ୍ୟ ସିସିଟିଭ କାମ କରୁନଥିବାରୁ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି । ଲୁଟେରା ଏଟିଏମ ତାଡି ଲୁଟକରି ସିସିଟିଭି ସହ ହାର୍ଡଡିକ୍ସ ମଧ୍ୟ ନେଇ ପଳାଇଛନ୍ତି । ଯାହା ପୋଲିସ ପାଇଁ ଆହୁରି ସମସ୍ୟା ସୃଷ୍ଟି କରିଛି ଘଟଣା ତଦନ୍ତ କରିବା ପାଇଁ । ତେବେ କମିସନରେଟ ପୋଲିସ ପ୍ରଯୁକ୍ତି ବିଦ୍ୟାକୁ କିଭଳି ଉପଯୋଗ କରି ଘଟଣାର ପର୍ଦ୍ଦାଫାଶ କରୁଛି ଓ ଲୁଟେରାଙ୍କୁ ଧରୁଛି ଏବେ ତାକୁ ଅପେକ୍ଷା।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଏଟିଏମ ତାଡି ନେଇଗଲେ ୯୦ ଲକ୍ଷ
ରାଜଧାନୀରେ ଡକାୟତି ଗ୍ଯାଙ୍ଗ ଉତ୍ପାତBody:

ନନ୍ଦନକାନନ ଟୁରିଷ୍ଟ ପଏଣ୍ଟ ନିକଟ ଏଟିମ ଲୁଟ।ନନ୍ଦନକାନନ୨ ନମ୍ବର ଗେଟ ନିକଟରେ ଥିବା ପଂଜାବ ନାସନାଲ ବ୍ଯାଙ୍କର ଏଟିଏମ ତାଡିଦେଇଛନ୍ତି ଦୁର୍ବୁତ।ପାଖାପାଖି ୯୦ ଲକ୍ଷରୁ ଉର୍ଧ ଟଙ୍କା ଲୁଟ କରି ଚମ୍ପଟ ମାରିଛନ୍ତି ଅଭିଯୁକ୍ତ। ଏପରିକି ସିସିଟିଭ ତାଡିବା ସହ ହାର୍ଡଡିସ୍କ ନେଇ ଫେରାର ମାରିଛନ୍ତି। ଏଟିଏମ ମେସିନ ତାଡିବା ଶୈଳି ଓ ପାରିପାର୍ଶିକ ସ୍ଥିତିରୁ ଏହା କୌଣସି ପ୍ରଫେସନାଲ ଗ୍ଯାଙ୍ଗର ବୋଲି ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି ।ନନ୍ଦନକାନନ ଟିକେଟ କାଉଣ୍ଟର ପଛପଟେ ଏପରି ଘଟଣା ଘଟିଥିଲେ ବି ସିସିଟିଭ କାମ ଦେଉନଥିବାରୁ ଘଟଣା ପୋଲିସ ପାଇଁ ଚ୍ଯାଲେଜ ହୋଇଛି।
କମିସନରେଟ ପୋଲିସ ଅଧିକାରି ପହଂଚିଛନ୍ତି।ଥାନାଠୁ କେଇମାତ୍ତେର ଦୁର ଓ ଜଗଗହଳି ସ୍ବେଥାନରୁ ଏଟିଏମ ତାଡି ଲୁଟ କରିବା କମିସନରେଟ ପୋଲିସକୁ ଅପରାଧି ଖୋଲା ଚ୍ଯାଲେଜ ଦେଇଛନ୍ତି। ଏଟିଏମ ତାଡି ଲୁଟ ଘଟଣା ଦିର୍ଘଦିନ ପରେ ପୁଣି ରାଜଧାନୀରେ ଦେଖିବାକୁ ମିଳିଛି। ତେବେ କମିସନରେଟ ପୋଲିସ ପାଇଁ ଏହା ନୁଆ ଚ୍ଯାଲେଜ ହୋଇଥିବା ବେଳେ ଟେକନୋଜିକୁ ଗୁରୁତ୍ବ ଦେଉଥିବା ବରିଷ୍ଟ ଅଧିକାରି ଏହାକୁ କିପରି ଠାବ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି।Conclusion:
Last Updated : Oct 23, 2019, 12:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.