ETV Bharat / city

ଟଙ୍କା ନୁହେଁ ଲିଙ୍ଗିପୁର ଛକରୁ ସିଧା ATM ଉଠାଇ ନେଲେ ଦୁର୍ବୃତ୍ତ ! - ରାଜଧାନୀରେ ଏଟିଏମ ଲୁଟେରା

ରାଜଧାନୀରେ ମାତିଛନ୍ତି ଏଟିଏମ ଲୁଟେରା। ଭୁବନେଶ୍ବର ଲିଙ୍ଗିପୁର ଛକ ଏସବିଆଇରୁ ATM ଲୁଟ କରିଛନ୍ତି ଦୁର୍ବୃତ୍ତ। ଜନବସତି ଅଞ୍ଚଳରେ ATM ମସିନକୁ ତାଡ଼ି ନେଇଯାଇଥିବା ଅଭିଯୋଗ ହୋଇଛି। ଅଧିକ ପଢ଼ନ୍ତୁ

ଟଙ୍କା ନୁହେଁ ସିଧା ଏଟଏମ ଉଠାଇନେଲେ!
atm loot in bhubaneswar
author img

By

Published : Apr 5, 2022, 9:33 AM IST

Updated : Apr 5, 2022, 10:56 AM IST

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ATM ଲୁଟେରା। ଭୁବନେଶ୍ବର ଲିଙ୍ଗିପୁର ଛକ ଏସବିଆଇ ATM ଲୁଟ କରିଛନ୍ତି ଦୁର୍ବୃତ୍ତ। ଜନବସତି ଅଞ୍ଚଳରେ ATM ମସିନକୁ ତାଡ଼ି ନେଇଯାଇଥିବା ଅଭିଯୋଗ ହୋଇଛି।

ଟଙ୍କା ନୁହେଁ ଲିଙ୍ଗିପୁର ଛକରୁ ସିଧା ATM ଉଠାଇ ନେଲେ ଦୁର୍ବୃତ୍ତ !

ଗତକାଲି (ସୋମବାର) ରାତିରେ ଧଉଳି ଥାନା ଅନ୍ତର୍ଗତ ଜନବସତି ସ୍ଥାନରୁ କିଛି ଦୁର୍ବୃତ୍ତ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଏଟିଏମ ମେସିନ‌ ସହ ସିସିଟିଭି ତାଡି ଲୁଟି ନେଇଛନ୍ତି। ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ବର୍ତ୍ତମାନ ସୁଦ୍ଧା ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ତେବେ ଏଟିଏମରେ କେତେ ଟଙ୍କା ଥିଲା ତାର ସୂଚନା ମିଳିପାରିନାହିଁ। ରାଜଧାନୀରେ ଏଟିଏମ ମେସିନ ଲୁଟ କରିବା ଘଟଣା ନୁଆଁ ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ଦୁର୍ବୃତ୍ତମାନେ ଏଟିଏମ ତାଡ଼ି ଲୁଟ କରିଥିବା ଘଟଣା ଦେଖିବାକୁ ମିଳିଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Apr 5, 2022, 10:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.