ETV Bharat / city

ସୁଶାସନ ଦିବସ: ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଅଟଳ ସମ୍ମାନରେ ସମ୍ମାନିତ କଲା BJP - ଅଟଳ ସମ୍ମାନ ପ୍ରଦାନ ଉତ୍ସବ

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ 97ତମ ଜନ୍ମ ଜୟନ୍ତୀରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କଲା ରାଜ୍ୟ ବିଜେପି । ପ୍ରଦାନ କରାଗଲା ଅଟଳ ସମ୍ମାନ । ଅଧିକ ପଢନ୍ତୁ

ସୁଶାସନ ଦିବସ: ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଅଟଳ ସମ୍ମାନରେ ସମ୍ମାନିତ କଲା ବି

author img

By

Published : Dec 25, 2021, 11:00 PM IST

ଭୁବନେଶ୍ବର: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ 97ତମ ଜନ୍ମଜୟନ୍ତୀକୁ ସାରା ଦେଶ ସୁଶାସନ ଦିବସ ଭାବେ ପାଳୁଥିବା ବେଳେ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କଲା ରାଜ୍ୟ ବିଜେପି ।

ରାଜ୍ୟ ବିଜେପି ଅଧ୍ୟକ୍ଷ ସମୀର ମହାନ୍ତି ବରିଷ୍ଠ ସଂଗଠକ ଶରତ ଚନ୍ଦ୍ର ବେହେରାଙ୍କୁ ଅଟଳ ସମ୍ମାନ 2021ରେ ସମ୍ମାନିତ କରିଛନ୍ତି । ସେହିପରି ବିଶିଷ୍ଟ ରାଷ୍ଟ୍ରବାଦୀ କବି ଡ଼ ନାରାୟଣ ପଣ୍ଡାଙ୍କୁ ଅଟଳ କବିତା ସମ୍ମାନ 2021,ଏବଂ ଖ୍ୟାତିସମ୍ପନ୍ନ ସମାଜସେବୀ ଲକ୍ଷ୍ମଣ ମହାନ୍ତିଙ୍କୁ ଅଟଳ ସମାଜସେବୀ ସମ୍ମାନ 2021ରେ ସମ୍ମାନିତ କରିଛି ଦଳ ।

କୃଷି, ବିଜ୍ଞାନ, ସୁରକ୍ଷା, ଶିକ୍ଷା, ଜାତୀୟ ରାଜପଥର ଉନ୍ନତିକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଅତୁଳନୀୟ ଥିଲା । ଅଟଳଜୀଙ୍କ ଜନ୍ମ ଜୟନ୍ତୀଙ୍କୁ ସୁଶାସାନ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ଆଜି ଅଟଳଜୀଙ୍କର ୯୭ ତମ ଜନ୍ମ ଜୟନ୍ତୀ ପାଳନ କରୁଥି ସାରା ଦେଶ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.