ETV Bharat / city

ଆଜିଠୁ ବିଧାନସଭା ଶୀତ ଅଧିବେଶନ, ପ୍ରଥମ ଦିନରେ ଆସିବ ବ୍ୟୟ ମଞ୍ଜୁର ବିଲ - ବିଧାନସଭାର ଶୀତକାଳିନ ଅଧିବେଶନ ଆରମ୍ଭ

ଚଳିତ ବର୍ଷର ଶୀତକାଳୀନ ଅଧିବେଶନ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । କୋରୋନା କଟକଣାରେ ଚାଲିବ ଅଧିବେଶନ । ଏହି ସମୟରେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବେ । ଅଧିକ ପଢନ୍ତୁ...

ଆଜି ଠୁ ବିଧାନସଭାର ଶୀତ ଅଧିବେଶନ
ଆଜି ଠୁ ବିଧାନସଭାର ଶୀତ ଅଧିବେଶନ
author img

By

Published : Nov 20, 2020, 7:24 AM IST

Updated : Nov 20, 2020, 8:18 AM IST

ଭୁବନେଶ୍ବର: ଆଜି ଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ । ଏହି ଗୁରୁତ୍ବପୂର୍ଣ୍ଣ ଅଧିବେଶନର ପ୍ରଥମ ଦିନରେ ହିଁ 2020-21 ଆର୍ଥିକ ବର୍ଷ ଲାଗି ଆଗତ ହେବ ପ୍ରଥମ ଅତିରିକ୍ତ ବଜେଟ । ଡିସେମ୍ବର 31 ଯାଏଁ ଜାରି ରହିବ ଅଧିବେଶନ । ମୌସୁମୀ ଅଧିବେଶନ ପରି ଏଥର ବି ରହିବ ନାହି ପ୍ରଶ୍ନକାଳ । ତାରକା ପ୍ରଶ୍ନ ବି ବାତିଲ । ଗୃହ ପ୍ରତିଦିନ 10 ଟା 30ରୁ 1 ଟା ଓ ଅପରାହ୍ନ 3ଟାରୁ 5ଟା ଯାଏଁ ପ୍ରାୟ ସାଢେ 4 ଘଣ୍ଟା ଚାଲିବ ।

ଅଧିବେଶନରେ ବିରୋଧୀ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଚାଷୀ ସମସ୍ୟା , ନାବାଳିକା ଗଣଦୁଷ୍କର୍ମ, ପୁରୀ ଓ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲା, ବଲାଙ୍ଗୀର ହତ୍ୟାକାଣ୍ଡ, ଆଇନ ଶୃଙ୍ଖଳା ପ୍ରସଙ୍ଗରୁ ବିଧାନସଭାରେ ବିରୋଧୀ ବିଜେପି ଓ କଂଗ୍ରେସ ଉଠାଇବା ସହ ସରକାରଙ୍କ ଠାରୁ ଜବାବ ମାଗିବେ । ସେହିପରି ବେକାରୀ ଓ ଧାନକିଣାରେ ଅନିୟମିତତା ଉପରେ ମଧ୍ୟ ତୁମ୍ବିତୋଫାନ ହୋଇପାରେ ଗୃହ । ସେପଟେ ବିରୋଧୀଙ୍କ ସମସ୍ତ ପ୍ରସଙ୍ଗର ଜବାବ ଦେବାକୁ ପ୍ରସ୍ତୁତ ଥିବା ବିଧାୟକ ଦଳ ବୈଠକ ପରେ ଶାସକ ଦଳ କହିଛି ।

ଏହି ଅଧିବେଶନରେ ସରକାର ସର୍ବମୋଟ 10ଟି ବିଲ ଆଣିବେ । ୩ଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବାକୁ ଆଗତ ହେବ ବିଲ । ସମ୍ପୂର୍ଣ୍ଣ କୋଭିଡ କଟକଣା ସହ ଚାଲିବ ଶୀତ ଅଧିବେଶନ । ଅଧିବେଶନ ପୂର୍ବରୁ ସମସ୍ତ ବିଧାନସଭାର ସମସ୍ତ କର୍ମଚାରୀ ଓ ବିଧାୟକଙ୍କ କୋଭିଡ ଟେଷ୍ଟ କରାଯାଇଛି । କୋରୋନା ପାଇଁ ଏଥର ମଧ୍ୟ ଶୋଭାଯାତ୍ରା ଓ ଧାରଣା ବନ୍ଦ ରଖାଯାଇଛି । ଅଧିବେଶନ ଲାଗି ତ୍ରିସ୍ତରୀୟ ବ୍ୟବସ୍ଥା କରାଯିବ ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଡିଜିପି ଅଭୟ । 26 ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ନିୟୋଜିତ କରାଯିବ । ତଦାରଖ ପାଇଁ 100 ଅଫିସର ମଧ୍ୟ ମୁତୟନ ହେବେ । ପ୍ରଥମ ଦିନରେ ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ସମେତ ପୂର୍ବତନ ବିଧାୟକ ଗୁରୁପଦ ନନ୍ଦ, କାର୍ତ୍ତିକେଶ୍ବର ପାତ୍ର ଓ ସହିଦ କୋଭିଡ ଯୋଦ୍ଧାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିବେ ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ମୌସୁମୀ ଅଧିବେଶନ ପରି ଏଥର ମଧ୍ୟ ଶନିବାର ଓ ରବିବାର ବି ଗୃହରେ ବୈଠକ କରାଯିବ । ନଭେମ୍ବର 30 ତାରିଖ ରାସ ପୂର୍ଣ୍ଣିମା ଏବଂ ଡିସେମ୍ବର 25 ବଡ ଦିନ‌ ଦୁଇ ଦିନ ଛୁଟି ରହିଛି । ଏହି ଅଧିବେଶନକୁ ପେପର ଲେସ କରିବାକୁ ଲକ୍ଷ୍ୟ ରଖାଯିବା ସହ 5ଟି ବେସରକାରୀ କାର୍ଯ୍ୟ ଦିବସ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 20, 2020, 8:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.